ଟ୍ବିଟରକୁ ଲାଗିଲା ଶକ୍ତ ଝଟକା । କର୍ଣ୍ଣାଟକ ହାଇକୋର୍ଟଙ୍କୁ ଚ୍ୟାଲେଞ୍ଜ କରିବା ପଡିଲା ମହଙ୍ଗା । ଏଥସହ ଗଣିବାକୁ ପଡିଲା 50 ଲକ୍ଷ ଟଙ୍କାର ତଣ୍ଡ । ଗତବର୍ଷ ଜୁଲାଇ ମାସରେ ଟ୍ୱିଟର କେନ୍ଦ୍ର ସରକାରଙ୍କ ବିରୋଧରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ ଜାରି କରିଥିବା ନିର୍ଦ୍ଦେଶକୁ କମ୍ପାନୀ ଚ୍ୟାଲେଞ୍ଜ କରିଥିଲା। କିଛି ନିର୍ଦ୍ଦିଷ୍ଟ ଟ୍ୱିଟର ଆକାଉଣ୍ଟକୁ ବ୍ଲକ କରିବା ଓ ଟ୍ୱିଟକୁ ହଟାଇବା ପାଇଁ କେନ୍ଦ୍ର ସରକାର ଦେଇଥିବା ନିର୍ଦ୍ଦେଶକୁ ବିରୋଧ କରୁଥିଲା ଟ୍ବିଟର । କେନ୍ଦ୍ର ସରକାର ଆକାଉଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ଏହାକୁ କମ୍ପାନୀ କର୍ଣ୍ଣାଟକା ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା। କିନ୍ତୁ ଆଜି ହାଇକୋର୍ଟ ଟ୍ୱିଟର୍ର ସମସ୍ତ ଆବେଦନକୁ ଖାରଜ କରିବା ସହ ଜରିମାନା ବାବଦକୁ ୫୦ ଲକ୍ଷ ଟଙ୍କା ଆଦାୟ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ସରକାର ଉପଯୁକ୍ତ କାରଣ କହି ନଥିବାରୁ ବାକ ସ୍ୱାଧୀନତା କଥା କହି କମ୍ପାନୀ ୩୯ଟି ଆକାଉଣ୍ଟ ସପକ୍ଷରେ ଯୁକ୍ତି କରିବା ସହ କୋର୍ଟରେ କେନ୍ଦ୍ରର ବ୍ଲକିଂ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରିଥିଲା।
Related Posts
ଅଙ୍ଗଦାନ କରି ଅମର ହୋଇଗଲେ ମହିଳା !
- Jajati express Reporter
- July 29, 2023
- 0
ନିଦ୍ୱର୍ନ୍ଦ୍ୱରେ ଜିତିଲେ ସୁରଟ ଲୋକସଭା ବିଜେପି ପ୍ରାର୍ଥୀ
- User 003
- April 22, 2024
- 0
ୱାୟନାଡ ସ୍ଥିତି ଦେଖିଲେ ପ୍ରଧାନମନ୍ତ୍ରୀ ମୋଦୀ
- User 003
- August 10, 2024
- 0