ଦ୍ବନ୍ଦ୍ବ ଦୂର କରୁଛନ୍ତି ଶରଦ ପାଓ୍ବାର

ସତାରାରେ ଶରଦଙ୍କ ଶକ୍ତି ପ୍ରଦର୍ଶନ

ସରଗରମ ମହାରାଷ୍ଟ୍ର ରାଜନୀତି । ଲୋକଙ୍କ ଦ୍ବନ୍ଦ୍ବ ଦୂର କରିବା ପାଇଁ ଶକ୍ତି ପ୍ରଦର୍ଶନ କଲେ ଶରଦ ପାଓ୍ବାର । ପୁନେ ସତାରାରେ ଶରଦ ପାୱାରଙ୍କ ଶକ୍ତି ପ୍ରଦର୍ଶନ । ଦଳୀୟ ବିଧାୟକଙ୍କୁ ନେଇ ଶରଦ ପାୱାର ରାଲି କରିଛନ୍ତି । ସେପଟେ ଅଜିତ ପାୱାରଙ୍କ ଘରେ ଏନସିପି ନେତାଙ୍କ ବୈଠକ । ବରିଷ୍ଠ ନେତା ପ୍ରଫୁଲ୍ଲ ପଟେଲ କହିଲେ, ପୂରା ଏନସିପିର ସମର୍ଥନ ରହିଛି । ଅନ୍ୟପକ୍ଷରେ ପ୍ରଥମେ ଶିବସେନା ଆଉ ଏବେ ଏନସିପିରେ ବିଦ୍ରୋହ । ଏନସିପିରେ ୫୩ ବିଧାୟକ ରହିଥିଲେ । ତେଣୁ ବିଦ୍ରୋହ କରିବା ଏତେ ସହଜ ନଥିଲା ।ଏଥିପାଇଁ ତତ୍କାଳୀନ ବିରୋଧୀ ଦଳ ନେତା ଅଜିତ ପାୱାର ଦୁଇ ମାସ ହେବ ଗୋପନ ଷଡଯନ୍ତ୍ର କରିଥିଲେ ବୋଲି ସୂଚନା ରହିଛି । ଏଥିପାଇଁ ଦଳର ପ୍ରମୁଖ ନେତାଙ୍କୁ ନିଜ ପଟକୁ ଆଣିବାକୁ ଯୋଜନା କରିଥିଲେ । ଆଉ ଏହି ଯୋଜନା ବାବଦରେ ସେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କୁ ଅବଗତ କରାଉଥିଲେ ।