ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ଧମକ

ପୁଣି ଘଟିବ ବଡ ରେଳ ଦୁର୍ଘଟଣା !

ବାଲେଶ୍ୱର ବାହାନଗା ରେଳ ଦୁର୍ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଏବେ ଏମିତି ଏକ ଚିଠି ରେଳବାଇକୁ ମିଳିଛି ଯାହାକୁ ନେଇ ଚିନ୍ତା ବଢିଛି | ଦକ୍ଷିଣ କେନ୍ଦ୍ରୀୟ ରେଳବାଇକୁ ଏକ ଅଜ୍ଞାତ ଚିଠି ମିଳିଛି | ଯେଉଁଥିରେ ଲେଖାଯାଇଛି ଯେ ଆସନ୍ତା ସପ୍ତାହରେ ବାଲେଶ୍ୱର ରେଳ ଦୁର୍ଘଟଣାର ପୁନରାବୃତ୍ତି ଘଟିବ | ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ପୁଣି ହେବ ବୋଲି ଦକ୍ଷିଣ କେନ୍ଦ୍ରୀୟ ରେଳବାଇ (ଏସଆରସି) କୁ ଚେତାବନୀ ଦିଆଯାଇଛି। ଏହି ଚିଠିରେ ଲେଖାଯାଇଛି ଯେ ‘ହାଇଦ୍ରାବାଦ-ଦିଲ୍ଲୀ-ହାଇଦ୍ରାବାଦ’ ରେଳ ମାର୍ଗରେ ବାଲେଶ୍ୱର ଭଳି ଟ୍ରେନ ଦୁର୍ଘଟଣା ଘଟିବାକୁ ଯାଉଛି | ଜୁନ୍ ୩୦, ୨୦୨୩ରେ ଦକ୍ଷିଣ କେନ୍ଦ୍ରୀୟ ରେଳ ଅଧୀନରେ ଥିବା ସିକନ୍ଦରାବାଦ ଡିଭିଜନର ଡିଭିଜନାଲ ରେଲୱେ ମ୍ୟାନେଜରଙ୍କୁ ଏହି ଚିଠି ପଠାଯାଇଛି ।