ଚେତନ ଶର୍ମାଙ୍କ ଜାଗା ନେଲେ ଅଜିତ ଅଗରକର

ଅଜିତ ଅଗରକର ହେଲେ ଭାରତୀୟ କ୍ରିକେଟ ଟିମର ମୁଖ୍ୟ ଚୟନକର୍ତ୍ତା । ପୂର୍ବତନ ବୋଲର ଭାବେ ପରିଚିତ ଅଜିତ ଅଗରକର । ଅଜିତ ଅଗରକରଙ୍କୁ ମୁଖ୍ୟ ଚୟନକର୍ତ୍ତା ପଦବୀ ଦିଆଯିବା ନେଇ ବିସିସିଆଇ ପକ୍ଷରୁ ପ୍ରକାଶ ପାଇଛି ବିଜ୍ଞପ୍ତି । ପୂର୍ବରୁ ଏହି ପଦବୀରେ ଥିଲେ ଚେତନ ଶର୍ମା। ବର୍ତ୍ତମାନ ଚେତନଙ୍କ ସ୍ଥାନ ପୂରଣ କରିଛନ୍ତି ୪୫ ବର୍ଷିୟ ଅଗରକର । ତେବେ ଅଜିତ ଅଗରକର ଭାରତ ପାଇଁ ୨୬ଟି ଟେଷ୍ଟ, ୧୯୧ ଦନିକିଆ ଓ ୪ଟି ଟି-୨୦ ମ୍ୟାଚ୍ ଖେଳିଥିବା ବେଳେ ୧୧୦ଟି ପ୍ରଥମ ଶ୍ରେଣୀ, ୨୭୦ ଲିଷ୍ଟ ଏ ଓ ୬୨ଟି ଟି-୨୦ ମ୍ୟାଚ୍ ମଧ୍ୟ ଖେଳିଛନ୍ତି । ୨୦୦୭ରେ ଟି-୨୦ ବିଶ୍ବକପ ବିଜୟୀ ଟିମ୍ ଇଣ୍ଡିଆରେ ସେ ସ୍ଥାନ ପାଇଥିଲେ । ଅଗରକର ଜଣେ ଦକ୍ଷ ବୋଲର ହେବା ସହ କ୍ରିକେଟରେ ବେସ ସକ୍ରିୟ ।

୨୦୦୦ ମସିହାରେ ସେ ମାତ୍ର ୨୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ରୁତତମ ଭାରତୀୟ ବୋଲର ଭାବେ ସେ ଦିନିକିଆରେ ୫୦ଟି ଓ୍ବିକେଟ ନେବାର ରେକର୍ଡ କରିଛନ୍ତି । ମାତ୍ର ୨୩ଟି ମ୍ୟାଚ ଖେଳି ଏହି ରେକର୍ଡର ଅଧିକାରୀ ହୋଇଥିଲେ ଅଗରକର । ଚୟନ କମିଟିରେ ଅଗରକରଙ୍କୁ ମିଶାଇ ମୋଟ ୫ ଜଣ ସଦସ୍ୟ ରହିଛନ୍ତି ।

ପୂର୍ବରୁ ଏକ ଷ୍ଟିଙ୍ଗ ଅପରେସନ ମାମଲାରେ ଚର୍ଚାକୁ ଆସିଥିଲେ ଚେତନ ଶର୍ମା, ଯେଉଁଥିପାଇଁ ବିସିସିଆଇ ତାଙ୍କୁ ପଦରୁ ହଟାଇ ଦେଇଥିଲା । ଏବେ ତାଙ୍କ ସ୍ଥାନ ପୂରଣ କରିଛନ୍ତି ଭାରତର ଦ୍ରୁତତମ ବୋଲର ଅଜିତ ଅଗରକର। ଏନେଇ କ୍ରୀଡାପ୍ରେମୀଙ୍କ ମନରେ ବେସ ଉତ୍କଣ୍ଠା ଦେଖିବାକୁ ମିଳିଛି। ଅଗରକର ଦାୟିତ୍ଵ ଗ୍ରହଣ କରିବା ପରେ ଭାରତୀୟ ଟିମ ପାଇଁ କଣ ରୋଡମ୍ୟାପ କରିବେ ତା ଉପରେ ସଭିଙ୍କ ନଜର ରହିଛି।