କାହିଁକି ଇଚ୍ଛାମୃତ୍ୟୁ ମାଗିଲେ ରାକ୍ଷୀ ସିଂ

ବାରାଣାସୀ ଜ୍ଞାନବ୍ୟାପୀ ମସଜିଦ ମାମଲାର ଜଣେ ଆବେଦନକାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଚିଠି ଲେଖି ଇଚ୍ଛାମୃତ୍ୟୁ ମାଗିଛନ୍ତି। କିଛି ଦିନ ତଳେ ସେ ଜ୍ଞାନବ୍ୟାପୀ ମସଜିଦ ମାମଲାରେ ଆଉ ପକ୍ଷ ହେବାକୁ ଚାହୁଁ ନଥିବା କହି ଆବେଦନ ପ୍ରତ୍ୟାହାର କରି ନେଇଥିଲେ। ଏବେ ସେ ଇଚ୍ଛାମୃତ୍ୟୁ ମାଗିଛନ୍ତି। ମସଜିଦ ଭିତରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିକୃତି ରହିଛି। ତେଣୁ ମସଜିଦ କମ୍ପ୍ଲେକ୍ସ ମଧ୍ୟରେ ନିୟମିତ ପୂଜାର୍ଚ୍ଚନା କରିବାକୁ ଅନୁମତି ମାଗି ୫ ଜଣ ମହିଳା କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ୫ ଜଣଙ୍କ ମଧ୍ୟରେ ଥିବା ରାକ୍ଷୀ ସିଂହ ଏବେ ଇଚ୍ଛାମୃତ୍ୟୁ ପାଇଁ ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖିଛନ୍ତି। ସେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତିକୁ ଜୁନ ୯ ତାରିଖ ସକାଳ ୯ଟା ଯାଏ ଅପେକ୍ଷା କରିବେ। ଏହାପରେ ସେ ନିଜ ଇଚ୍ଛା ଅନୁସାରେ ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ଚିଠିରେ କହିଛନ୍ତି। ତାଙ୍କ ସହ ଆବେଦନ କରିଥିବା ଅନ୍ୟ ୪ ମହିଳା ତାଙ୍କୁ ହଇରାଣ କରୁଥିବା ରାକ୍ଷୀ ଚିଠିରେ ଅଭିଯୋଗ କରିଛନ୍ତି।