ଦିଲ୍ଲୀ ମେହରାନଗଢ଼ରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟକର ଘଟଣା । ଯାହା ଆପଣ ଆଖିରେ ନଦେଖିଲେ ବିଶ୍ବାସ କରିବେନି । ମେହରାନଗଢରେ କରମାବଳିର ଢ଼ାଣିରେ ଜାସବ ଖାନଙ୍କୁ ପାଖାପାଖି ଏକ ସପ୍ତାହ ହେବ ଏକ ସାପ କାମୁଡିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଗଲା । ଏକ ସପ୍ତାହର ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ଘରକୁ ଫେରିବାର ଗୋଟିଏ ଦିନ ପରେ ଉକ୍ତ ସର୍ପ ପୁଣିଥରେ ଜାସବଙ୍କୁ ଦଂଶନ କରିଥିଲା । ଦ୍ବିତୀୟଥର ଦଂଶନ କରିବା ପରେ ଜାସବଙ୍କୁ ହସ୍ପିଟାଲ ନିଆଯାଇଥିଲା। ଡାକ୍ତର ଜାସବଙ୍କୁ ମୃତ ଘୋଷଣା କରିଥିଲେ। ଆପଣ ଜାଣି ଆଶ୍ଚର୍ଯ୍ୟ ହେବ ଯେ ଜାସବ ସୁସ୍ଥ ହୋଇ ହସ୍ପିଟାଲରୁ ଆସିବା ପୂର୍ବରୁ ପ୍ରଥମଥର ଦଂଶନ କରିଥିବା ସାପ ତାଙ୍କ ଘରେ ଲୁଚି ରହିଥିଲା। ଜାସବଙ୍କୁ ଦେଖିବା ପରେ ସାପ ଚୋଟ ପକାଇଥିଲା। ଏହି ଘଟଣାକୁ ନେଇ ଜାସବଙ୍କ ଭାଗ୍ୟ ଖରାପ ଥିବା କହୁଥିବା ବେଳେ ଆଉ କେହି କହୁଛନ୍ତି ସାପ ବୋଧ ହୁଏ କୌଣସି ଘଟଣାର ଜାସନଙ୍କ ଠାରୁ ପ୍ରତିଶୋଧ ନେଇଛି।
Related Posts
ପଶ୍ଚିମବଙ୍ଗ ନାମ ପରିବର୍ତନ କରିବାକୁ ଦାବି କଲେ ମମତା ବାନାର୍ଜୀ
- User 003
- January 12, 2024
- 0
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
- Editor
- October 27, 2023
- 0
୬୯ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା
- Editor
- August 24, 2023
- 0