ଉଗ୍ର ହେଉଛି ମଣିପୁର ହିଂସା !

ଦିନକୁ ଦିନ ଉଗ୍ର ହେଉଛି ମଣିପୁରରେ ହିଂସା। ମଣିପୁରର ଖଙ୍ଗାବୋକର ଆଇଆରବି ବାଟାଲିଅନ କ୍ୟାମ୍ପରେ ହୋଇଛି ଆକ୍ରମଣ । ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ଲୁଟ୍‌ ଉଦ୍ଦେଶ୍ୟରେ ଆଇଆରବି କ୍ୟାମ୍ପରେ ଲୋକ ଭାରି ଭରକମ ଆକ୍ରମଣ କରିଥିଲେ । ଭିଡ଼ ରୋକିବାକୁ ସୁରକ୍ଷାକର୍ମୀ ପ୍ରଥମେ ଟିୟର ଗ୍ୟାସ୍ ପରେ ରବର ଗୋଲି ଫିଙ୍ଗିଥିଲେ । ଲୋକ ତାକୁ ଖାତିର ନକରିବାରୁ ବ୍ଲାଙ୍କ ଫାୟାରିଂ କରିଥିଲେ ସୁରକ୍ଷାକର୍ମୀ। ଏଥିରେ ୨୭ ବର୍ଷୀୟ ଜଣେ ଯୁବକ ରୋନାଲ୍ଡୋଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏଥିରେ ଉତ୍ୟକ୍ତ ହୋଇ ଲୋକ ସେନାର ସବୁ ଗାଡ଼ି ପୋଡିଦେଲେ । ଫଳରେ ୧୦ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ମୌତେଇ ଅଧିବାସୀ ଏସଟି ମାନ୍ୟତା ଦାବିକୁ ବିରୋଧ କରି ମେ ୩ରେ ପାହାଡି ଜିଲ୍ଲାରେ ଆଦିବାସୀ ଏକଜୁଟ ମାର୍ଚ୍ଚ ଆୟେଜିତ କରିଥିଲେ । ସେହିଦିନଠାରୁ ହିଁ ମଣିପୁରରେ ହିଂସା ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଶହେରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି । ସୂଚନା ଅନୁସାରେ ମଣିପୁରରେ ୫୩ ପ୍ରତିଶତରୁ ଅଧିକ ଅଛନ୍ତି ମୈତେଇ ସମ୍ପ୍ରଦାୟର ଲୋକ । ତେବେ ଜାତିଆଣ ହିଂସା ଏବେ ମଣିପୁରକୁ ଗ୍ରାସ କରିସାରିଲାଣି। ଧୀରେଧୀରେ ଏହା ସମଗ୍ର ଅଞ୍ଚଳକୁ ଗ୍ରାସ କରିବା ଭୟ ସାଧାରଣରେ ଉଙ୍କି ମଉଛି। କେବେ ଥମିବ ଏହି ହିଂସା ତାହା ଦେଖିବାକୁ ବାକି ରହିଲା।