ଆନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ୍ ମୁକ୍ତ ଦିବସ

ପ୍ଲାଷ୍ଟିକ୍ ନଷ୍ଟ ହେବାକୁ ଲାଗେ ୫୦୦ ବର୍ଷ

ଆଜି ଅନ୍ତର୍ଜାତୀୟ ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ । ପ୍ରଦୂଷଣ ପାଇଁ ପ୍ଲାଷ୍ଟିକ କେତେ ପରିମାରଣର ଦାୟୀ ଓ ପ୍ରକୃତି ଉପରେ ଏହାର କି ପ୍ରଭାବ ପଡୁଛି ତାକୁ ନେଇ ଲୋକଙ୍କ ମଧ୍ୟରେ କରାଯାଉଛି ସଚେତନତା । ନିୟମ ହେଉଛି । ଜୋରିମାନା ବି ଆଦାୟ ହେଉଛି । ମାତ୍ର କିଛି ଦିନ ପରେ ତାହା ବନ୍ଦ ହୋଇଯାଉଛି । ତେଣୁ ଏହି କଟକଣାକୁ ଲୋକେ ମାନୁନାହାନ୍ତି । ପରିବେଶକୁ ଏହି ପ୍ଲାଷ୍ଟିକ ଅଧିକରୁ ଅଧିକ ପରିମାଣର କ୍ଷତି ପହଞ୍ଚାଇଥାଏ । ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ନଷ୍ଟ ହେବାକୁ ୧୦୦ରୁ ୫୦୦ ବର୍ଷ ସମୟ ଲାଗିଥାଏ । ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଥିବା ବେଳେ ଏହାର ବ୍ୟବହାର ନେଇ ସମସ୍ୟା ଉପୁଜିଛି । ପ୍ରତିଥର ଏହାକୁ ବ୍ୟାନ୍ କର।ଯାଉଛି । ହେଲେ ଦିନକୁ ଦିନ ବହୁଳ ଭାବରେ ଏହାର ବ୍ୟବହାର ବଢିବାରେ ଲାଗିଛି । ତେଣୁ ଏ ଦିଗରେ ଜନସଚେତନତା ଆବଶ୍ୟକ ହୋଇପଡିଛି । ପରିବେଶକୁ କ୍ଷତି ପହଂଚାଉଥିବା ଏହି ପ୍ଲାଷ୍ଟିକ ବ୍ୟାଗ ଉପରେ କଟକଣା ଲଗାଯିବା ସହ ଏହାର ବିକଳ୍ପ ବ୍ୟବସ୍ଥା ବାହାର କରାଯିବା ଜରୁରୀ । ସରକାର ଏଥିପ୍ରତି ଦୃଷ୍ଟି ଦେଇ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ପରିବେଶ ସୁରକ୍ଷା ହୋଇପାରିବ ।