ମହାରାଷ୍ଟ୍ର ରାଜନୀତିରେ ପତିମ ମୁହୂର୍ତ୍ତରେ ଦେଖିବାକୁ ମିଳୁଛି ହଟଚମଟ। କେତେବେଳେ ପାୱାର ପରିବାରର ରୋଚକ କଥା ଦେଖିବାକୁ ମିଳୁଛି ତ ଆଉ କେତେବେଳେ ଦଳୀୟ ଚିହ୍ନ ନେଇ ମାହୋଲ ସରଗରମ ହେଉଛି। କିନ୍ତୁ ଏବେ ଏସବୁ ଭିତରେ ସଙ୍କଟରେ ପଡିଛନ୍ତି ଏକନାଥ ସିନ୍ଧେ। ଅଜିତ ପାୱାରଙ୍କ ସାଥ ଦେବା ଏକନାଥଙ୍କୁ ପଡିପାରେ ମହଙ୍ଗା। କାହିଁକି ନା ଏନଡିଏ ସହ ମିଶି ସରକାର ଗଠନ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଶିବସେନା ଗୋଷ୍ଠୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅସନ୍ତୋଷ । ଆଗକୁ ସେମାନଙ୍କ ବିରୋଧରେ କୌଣସି ରାଜନୈତିକ ଷଡ଼ଯନ୍ତ୍ର ହୋଇପାରେ ବୋଲି ଆଶଙ୍କା କଲେଣି । ବିଜେପି ସଂଖ୍ୟା ଗଣିତରେ ଏବେ ବହୁ ଆଗରେ ରହୁଥିବା ବେଳେ ଏକନାଥ ସିନ୍ଦେଙ୍କ ଗୋଷ୍ଠୀଙ୍କୁ ସରକାରରୁ ବାଦ ଦିଆଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।
ଏପଟେ ଏନଡିଏ ସହ ମିଶି ସରକାର ଗଠନ କରିବା ଅଜିତ ପାଓ୍ବାରଙ୍କ ପାଇଁ ହଠାତ ଯୋଜନା ନଥିଲା । ୨ ତାରିଖରେ ଏନଡିଏ ସହ ମିଶିଥିବା ବେଳେ ୩୦ ତାରିଖରେ ହିଁ ଏନସିପି ଅଧ୍ୟକ୍ଷ ଭାବେ ଶରଦ ପାଓ୍ବାରଙ୍କୁ ହଟାଇ ଅଜିତ ପାଓ୍ବାର ଅଧ୍ୟକ୍ଷ ହୋଇଥିଲେ । ଗତ ଜୁନ୍ ୩୦ ତାରିଖରେ ହିଁ ଏନସିପି ଉପରେ ତାଙ୍କର ନିୟନ୍ତ୍ରଣ ଓ ଦଳୀୟ ଚିହ୍ନ ଉପରେ ଦାବି କରି ସେ ନିର୍ବାଚନ କମିଶନକୁ ଚିଠି ଲେଖିଥିଲେ । ୪୦ ଜଣ ବିଧାୟକ ତାଙ୍କ ସମର୍ଥନରେ ଥିବା ଏବେ ବି ସେ ଦାବି କରୁଛନ୍ତି ।
ମହାରାଷ୍ଟ୍ରରେ ରାଜନୀତିକ ସମୀକରଣ ପ୍ରତିଦିନ ବଦଳିବାରେ ଲାଗିଛି। ପ୍ରଥମେ ଶିବସେନା ଓ ଏବେ ଏନସିପି ଦି’ ଫାଳ ହୋଇ ବିଜେପି ସହ ହାତ ମିଳାଇଛନ୍ତି। ରବିବାର ଏନସିପିର ବିଦ୍ରୋହୀ ନେତା ଅଜିତ ପାୱାର ଓ କିଛି ବିଧାୟକ ମହାରାଷ୍ଟ୍ରରେ କ୍ଷମତାସୀନ ବିଜେପି ଓ ଏକନାଥ ସିନ୍ଦେ ସରକାରରେ ସାମିଲ ହୋଇଥିଲେ। ଏହାକୁ ନେଇ ଏନସିପିରେ ବିବାଦ ଚାଲିଥିବା ବେଳେ ସିନ୍ଦେ ଗୋଷ୍ଠୀରେ ମଧ୍ୟ ଫାଟ ଦେଖାଯାଇଛି। ସରକାରରେ ଅଜିତ ପାୱାରଙ୍କ ଏଣ୍ଟ୍ରୀକୁ ସିନ୍ଦେ ଗୋଷ୍ଠୀରେ ଥିବା କିଛି ବିଧାୟକ ଓ ନେତା ସହଜରେ ଗ୍ରହଣ କରିପାରୁ ନଥିବା ଦେଖିବାକୁ ମିଳିଛି। ତେବେ ପରବର୍ତ୍ତୀ ମୁହୂର୍ତ୍ତରେ ମହାରାଷ୍ଟ୍ରରେ ଆଉ ଏକ ବଡ ବିଦ୍ରୋହ ହେବେ ନେଇ ରାଜନୈତିକ ସମୀକ୍ଷକ ମାନେ ଆଶଙ୍କା ପ୍ରକାଶ କଲେଣି ।