ଖୋଲିଲା ବଦ୍ରିନାଥ ଧାମ
ଭକ୍ତଙ୍କ ପାଇଁ ଖୋଲିଲା ଉତ୍ତରାଖଣ୍ଡର ବଦ୍ରିନାଥ ଧାମ । ସକାଳ ୬ଟାରେ ଦ୍ୱାର ଫିଟା ବେଳେ ପ୍ରଥମେ ବାଜିଲା ଆର୍ମି ବ୍ୟାଣ୍ଡ୍ । ବେଦ ମନ୍ତ୍ର ଉଚ୍ଚାରଣରେ କମ୍ପିଥିଲା ସାରା ପରିବେଶ । ମନ୍ଦିର ଚାରିପାଖକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ଦ୍ୱାର ଖୋଲୁଖୋଲୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ମନ୍ଦିରକୁ ଫୁଲମାଳରେ ସୁସଜ୍ଜିତ କରାଯାଇଛି । ବଦ୍ରିନାଥ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି । ସେପତେ ଦୁଇ ଦିନ ତଳେ ଭକ୍ତଙ୍କ ପାଇଁ ଖୋଲିଥିଲା କେଦାରନାଥ ଧାମ । ଅନ୍ୟପଟେ ଗତ କିଛିଦିନ ତଳେ କେଦାରନାଥ ଧାମ ମଧ୍ୟ ଭକ୍ତଙ୍କ ପାଇଁ ଖୋଲିଥିଲା । ଦୁଇଦିନ ଚଳେ ଅକ୍ଷୟ ତୃତୀୟା ଅବସରରେ ଖୋଲିଥିଲା କେଦାରନାଥ ଧାମ ।ଗତ ୧୦ ତାରିଖ ସକାଳ ୧୦ଟା ୧୯ରେ ଗଙ୍ଗୋତ୍ରୀ ଦ୍ୱାର ଖୋଲା ଯାଇଥିବା ବେଳେ ମଧ୍ୟାହ୍ନ ୧୨ଟା ୨୫ରେ ଯମୁନେତ୍ରୀ ଦ୍ୱାର ଖୋଲାଯାଇଥିଲା । ଚାରି ଧାମ ଯାତ୍ରା ନିମନ୍ତେ ୨୨ ଲକ୍ଷରୁ ଉର୍ଦ୍ଧ୍ୱ ଶ୍ରଦ୍ଧାଳୁ ନାମ ପଞ୍ଜୀକରଣ କରି ସାରିଛନ୍ତି । ତେବେ ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି । ଉତ୍ତରପ୍ରଦେଶ, ତେହେରୀ, ପୌଡି, ରୁଦ୍ରପ୍ରୟାଗ, ଚାମୋଲି, ବାଗେଶ୍ୱର, ପିଥୋରାଗଡ, ଆଲମୋରାରେ ହାଲୁକା ଏବଂ ମଧ୍ୟମ ବର୍ଷା ହେବାନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।