ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସାମ୍ବାଦିକ ସମ୍ମିଳନୀ

ମୋଦି ତାନାସାହି ଶାସନ ଚଳାଇଛନ୍ତି: ଅରବିନ୍ଦ କେଜ୍ରିୱାଲ

ଜେଲରୁ ବାହାରିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ହନୁମାନ ଦର୍ଶନ କରିବା ପରେ ସିଧା ପାର୍ଟି ଅଫିସ ଯାଇଛନ୍ତି । ସେଠାରେ ଏକ ସଭା ଆୟୋଜନ କରିବା ପରେ ସେ ସିଧାସଳଖ ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ମୋଦି ତାନଶାହା ଶାସନ ଚଲାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମ ଆଦିମ ପାର୍ଟିକୁ ପୁରା ଭାଙ୍ଗିଦେବା ପାଇଁ ଚାହୁଁଛନ୍ତି । ମୋ ଉପରେ ଭଗବାନ ବଜରଙ୍ଗ ବଲୀଙ୍କ କୃପା ରହିଛି ଦେଶବାସୀଙ୍କ ଭଲପାଇବା ମୋ ଉପରେ ଅଛି ତେଣୁ ମୋର କିଛି ଅସୁବିଧା ହେବ ନାହିଁ । ଆମର ମୋ ସହ ୪ଜଣ ନେତାଙ୍କୁ ଜେଲରେ ଭର୍ତ୍ତି କରିଲେ । ଏହାପରେ ସେ ଚାହିଁଲେ ଗୋଟିଏ ଦଳକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେବା ପାଇଁ । ତାହା ବର୍ତ୍ତମାନ ଅସମ୍ଭବ । ଦେଶକୁ ତାନାସାହି ଶାସନରୁ ମୁକ୍ତ କରିବାକୁ ଜନତାଙ୍କୁ ଆହ୍ୱାନ କରିଛନ୍ତି କେଜ୍ରିୱାଲ । ଏଥିସହ ସୁପ୍ରିମକୋର୍ଟଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।