ରାଜଧାନୀରେ ପୁଳା ପୁଳା ଟଙ୍କା

ଏୟାରପୋର୍ଟରୁ ଜବତ ହେଲା ୭୫ଲକ୍ଷ

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହୋଇଛି ପୁଳାପୁଳା ଟଙ୍କା । ନିର୍ବାଚନ ସମୟରେ ଜବତ ହୋଇଛି ୭୫ ଲକ୍ଷ ଟଙ୍କା । ଦୁଇଜଣ ବ୍ୟକ୍ତିଙ୍କ ଲଗେଜରୁ ଏହି ଟଙ୍କା ଜବତ କରାଯାଇଛି। ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ଏତେ ପରିମାଣର ଟଙ୍କା ଥିବା ଜଣାପଡିଥିଲା। ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ଟଙ୍କାଙ୍କୁ ଜବତ କରିଛି ଆୟକର ବିଭାଗ। ସୂଚନା ଅନୁସାରେ, ଦୁଇଜଣ ବ୍ୟକ୍ତି ଭୁବନେଶ୍ୱର ଏୟାରପୋର୍ଟରେ ଓହ୍ଲାଇଥିଲେ। ଜଣେ ବ୍ୟକ୍ତି ଦିଲ୍ଲୀରୁ ଆସୁଥିବା ବେଳେ ଆଉ ଜଣେ ଚେନ୍ନାଇରୁ ଭୁବନେଶ୍ୱର ଆସୁଥିଲେ। ସାଙ୍ଗରେ ଥିବା ଟ୍ରଲି ବ୍ୟାଗରେ ଭର୍ତ୍ତି ହୋଇ ରହିଥିଲା ଟଙ୍କା । ଭୁବନେଶ୍ୱର ବିମାନ ବନ୍ଦରରେ ଲଗେଜ ସ୍କାନିଂ ବେଳେ ବ୍ୟାଗରେ ଟଙ୍କା ଥିବା ଜଣାପଡିଥିଲା । ଏହାପରେ ଟଙ୍କା ଭର୍ତ୍ତି ବ୍ୟାଗକୁ ଜବତ କରିଥିଲା ପୋଲିସ। କେଉଁଠୁ ଓ କ’ଣ ପାଇଁ ଏତେ ଟଙ୍କା ଆସିଥିଲା ତାର ତଦନ୍ତ କରୁଛି ଆୟକର ବିଭାଗ । ଆଗକୁ ନିର୍ବାଚନ ଥିବା ବେଳେ ଏତେ ପରିମାଣର ଟଙ୍କା ଜବତ ହେବା ସନ୍ଦେହ ସୃଷ୍ଟି କରିଛି । ଜଣେ ପ୍ରତିଷ୍ଠିତ ବ୍ୟବସାୟୀଙ୍କର ଏହି ଟଙ୍କା ବୋଲି ସୂଚନା ମିଳିଛି । ଜବତ ହୋଇଥିବା ଟଙ୍କାକୁ ସିଜ୍ କରି ଅଧିକ ତଦନ୍ତ କରୁଛି ଆୟକର ବିଭାଗ । ଦୁଇଦିନ ତଳେ ରାଜଧାନୀରୁ ଚେକିଂ ବେଳେ ମଧ୍ୟ ଲକ୍ଷାଧିକ ଟଙ୍କା ଗୋଟେ ଗାଡ଼ିରୁ ଜବତ ହୋଇଥିଲା। ଭୁବନେଶ୍ୱରରେ ଏକ କାରରୁ ମିଳିଥିଲା ୩ ଲକ୍ଷ ୬୦ ହଜାର ଟଙ୍କା।