ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା

ଟ୍ରକକୁ ଧକ୍କା ଦେଲା ପିକଅପ, ୮ ମୃତ

ଛତିଶଗଡ଼ ବେମେତରା କଥିଆ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକକୁ ଧକ୍କା ଦେଲା ପିକଅପ, ୮ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ୫ ମହିଳା ଓ ୩ଛୁଆ ଅଛନ୍ତି । ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ବେମେତରା ସିଟି କୋଟୱାଲି ଅଞ୍ଚଳ ଅନ୍ତର୍ଗତ ତିରାୟା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି। ଗାଁ ଲୋକ ପାଥରା ଗ୍ରାମରୁ ତିରାୟା ଜନ୍ମୋତ୍ସବ କାର୍ୟ୍ୟକ୍ରମକୁ ଯାଇଥିଲେ। ବିଳମ୍ୱିତ ରାତି ପ୍ରାୟ ୧୨ଟାରେ ତିରାୟାରୁ ଗାଁକୁ ଫେରୁଥିବାବେଳେ ଜାତୀୟ ରାଜପଥ ୩୦ କାଠିଆ ନିକଟରେ ପିକଅପ୍ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଆଠ ଜଣଙ୍କର ମୃତ୍ୟୁ ହୋଇଯାଇଛି। ଆହତମାନଙ୍କୁ ବେମେତରା ଜିଲ୍ଲା ଚିକିତ୍ସାଳୟ ଏବଂ ନିକଟସ୍ଥ ସିଙ୍ଗର କମ୍ୟୁନିଟି ସ୍ୱାସ୍ଥ୍ୟ କେନ୍ଦ୍ରକୁରେ ଭର୍ତ୍ତି କରାଯାଇଛି। ସେଥିମଧ୍ୟରୁ ଚାରିଜଣଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ସେମାନଙ୍କୁ ରାୟପୁରକୁ ସ୍ଥାନାନ୍ତର କରାଯାଇଛି।