ଜାଣନ୍ତୁ କେଉଁଠି କେଉଁ ସମୟରେ ଭୋଟ?
ଆସିଲା ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ବିଜ୍ଞପ୍ତି । ୬ ସଂସଦୀୟ, ୪୨ ବିଧାନସଭା କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ, ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ’ ୬ ତାରିଖ ଯାଏଁ ଚାଲିବ ନାମାଙ୍କନ ଦାଖଲ । ମେ’ ୭ରେ ନାମାଙ୍କନ ପତ୍ର ଯାଂଚ ହେବ । କେନ୍ଦୁଝର, ଢେଙ୍କାନାଳ, କଟକ, ପୁରୀ ଏବଂ ଭୁବନେଶ୍ୱରରେ ମଧ୍ୟ ୭ ରୁ ୬ ଯାଏଁ ଭୋଟ ଗ୍ରହଣ ହେବ । ସମ୍ବଲପୁର ସଂସଦୀୟ କ୍ଷେତ୍ରର କୁଚିଣ୍ଡା, ରେଢାଖୋଲରେ ସକାଳ ୭ରୁ ୪ଟା ଯାଏଁ ଭୋଟ ଗ୍ରହଣ କରାଯିବ । ଦେବଗଡ଼ ବିଧାନସଭା କ୍ଷେତ୍ରରେ ସକାଳ ୭ରୁ ୫ ଯାଏଁ ଭୋଟିଂ ହେବ । ରେଙ୍ଗାଲି, ସମ୍ବଲପୁର, ଚେଣ୍ଡିପଦା, ଆଠମଲ୍ଲିକରେ ସକାଳ ୭ରୁ ୬ ଯାଏଁ ଭୋଟିଂ ଗ୍ରହଣ ହେବ । ଏହି ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ୍ ୯୪ଲକ୍ଷ ୪୧ହଜାର ୭୯୭ଜଣ ଭୋଟର ଥିବାବେଳେ ଏଥିରେ ୪୮,୨୬,୩୭୫ଜଣ ପୁରୁଷ ଏବଂ ୪୬,୧୪,୧୩୪ଜଣ ମହିଳା, ୧୨୮୮ଜଣ କିନ୍ନର ଭୋଟର ଅଛନ୍ତି।