କାଲି କମ୍ପିବ ପ୍ରଚାର ମଇଦାନ

ଓଡ଼ିଶାରେ ନଡ୍ଡା ବନାମ ରାହୁଲ

କାଲି କମ୍ପିବ ପ୍ରଚାର ମଇଦାନ। ଓଡ଼ିଶାରେ ନଡ୍ଡା ବନାମ ରାହୁଲ। ଉଭୟ ଦେବେ ରଣ ହୁଙ୍କାର। ସାଧର ନିର୍ବାଚନ ପାଇଁ ନିଜ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର। ଏହାରି ଭିତରେ ଆସିଛି ରାହୁଲ ଗାନ୍ଧୀ ଗସ୍ତସୂଚୀ । କାଲି ଦିନ ୧୧ଟା ୩୦ରେ ରାହୁଲ ଗାନ୍ଧୀ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ଯାଇ ଦିନ ୧୨ଟାରେ କଟକ ସତ୍ୟଭାମାପୁରରେ ପହଂଚିବେ । ସେଠାରେ ମଧୁସୂଦନ ଦାଶଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା କାର୍ଯ୍ୟକ୍ରମ ରହିଛି । ୧୨ ଟା ୪୫ରେ ସାଲେପୁରଠାରେ ସାଧାରଣ ସଭାକୁ ସମ୍ବୋଧନ କରିବେ । ୨ଟା ୧୫ରେ ସାଲେପୁରରୁ ଭୁବନେଶ୍ୱର ଫେରିଆସିବେ । ୨ଟା ୨୫ରେ ଭୁବନେଶ୍ୱର ବିମାନ ବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଦାମନଡିୟୁ ଯିବାର କାର୍ଯ୍ୟକ୍ରମ ରହିଛି । ସାଲେପୁରରେ ରାହୁଲ ଗାନ୍ଧୀଙ୍କ ସଭାରେ ଉପକୂଳ ଜିଲ୍ଲା ୪ଟି ଲୋକସଭା, କଟକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଏବଂ ୨୮ ବିଧାନସଭା ନିର୍ବାଚନମଣ୍ଡଳୀ ଅଂଚଳରୁ ବହୁ କଂଗ୍ରେସ କର୍ମୀ ଓ ସମର୍ଥକ ଯୋଗଦେବେ । ସେହିପରି ଉପକୂଳ ନେତା ଓ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେବେ ରାହୁଲ । ସେହିପରି କାଲି ଓଡ଼ିଶା ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।ବ୍ରହ୍ମପୁର ଆମ୍ବପୁଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ଏହା ପରେ ସେ ନବରଙ୍ଗପୁର ଯାଇ କର୍ମକର୍ତାଙ୍କ ବୈଠକରେ ସାମିଲ ହେବେ । ନଡ୍ଡାଙ୍କ ଗସ୍ତ ସୂଚୀ ସାମ୍ନାକୁ ଆସିନଥିବା ବେଳେ ଆସନ୍ତାକାଲି ଅପରାହ୍ଣରେ ସେ ବ୍ରହ୍ମପୁରରେ ପହଂଚିବେ ବୋଲି ଜଣାପଡ଼ିଛି । ବିଜେଡିର ଗଡ଼ କୁହାଯାଉଥିବା ଗଞ୍ଜାମରେ ପଦ୍ମ ଫୁଟାଇବାକୁ ରଣନୀତି କରିଛି ବିଜେପି । ନଡ୍ଡାଙ୍କ ସଭାରେ ବ୍ରହ୍ମପୁର ଓ ଆସ୍କା ଲୋକସଭା ପ୍ରାର୍ଥୀଙ୍କ ସହ ଏହା ଅଧିନରେ ଆସୁଥିବା ସମସ୍ତ ବିଧାନସଭା ପ୍ରାର୍ଥୀ ମଧ୍ୟ ଉପସ୍ଥିତ ରହିବେ ।