ମଣିପୁରରେ ପୁଣି ହିଂସାକାଣ୍ଡ

ପୁଣି ମଣିପୁରରେ ହିଂସା, ୨ ଯବାନ ସହିଦ

ପୁଣି ଅଶାନ୍ତ ହୋଇଛି ମଣିପୁର। କୁକି ଉଗ୍ରବାଦୀଙ୍କ ଆକ୍ରମଣରେ ୨ ସିଆରପିଏଫ ଯବାନ ସହିଦ । କେନ୍ଦ୍ରୀୟ ରିଜର୍ଭ ଫୋର୍ସ ଉପରେ ଅତର୍କିତ ଆକ୍ରମଣ କରିଛନ୍ତି କୁକୀ ସମ୍ପ୍ରଦାୟ ଲୋକ । ବିଳମ୍ବିତ ରାତିରେ ହୋଇଛି ଏହି ଆକ୍ରମଣ । ସହିଦ ହୋଇଥିବା ଦୁଇ ଜଣ ଯବାନ ବିଷ୍ଣୁପୁର ଜିଲ୍ଲାରେ ମୁତୟନ ହୋଇଥିବା ସିଆରପିଏଫ୍ ୧୨୮ ବାଟାଲିଅନର ହୋଇଥିବା ଜଣାପଡ଼ିଛି । ରାତିରେ ଆମ୍ବୁସ କରି ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ ଉଗ୍ରବାଦୀ । ରାତି ପ୍ରାୟା ୨ଟା ୧୫ ଯାଏ ଯବାନ ଓ ଉଗ୍ରବାଦୀଙ୍କ ମଧ୍ୟରେ ଏହି ଗୁଳି ବିନିମୟ ହୋଇଥିଲା । ଏହା ପୂର୍ବରୁ ୩ ଜିଲ୍ଲାରେ ଗୁଳିକାଣ୍ଡ ହୋଇଥିଲା । ଉଗ୍ରବାଦୀମାନେ ପରସ୍ପରକୁ ଗୁଳି କରିବା ଦ୍ୱାରା ୨ ଉଗ୍ରବାଦୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଏହି ଘଟଣା ପରେ ଏବେ ପୁଣି ଥରେ ପୂର୍ବ ମଣିପୁରରେ ହିଂସାକାଣ୍ଡ ବ୍ୟାପିବାରେ ଲାଗିଛି । ତେବେ ଏହା ପ୍ରଥମ ଘଟଣା ନୁହେଁ । ପୂର୍ବରୁ ଅନେକ ଥର ଯବାନଙ୍କୁ ଆକ୍ରମଣ କରିଛନ୍ତି ଉଗ୍ରବାଦୀ ।