କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା, ୨୯ ତାରିଖରେ ହେବ ପରବର୍ତ୍ତୀ ଶୁଣାଣି
ହାଇକୋର୍ଟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲା। ଆସନ୍ତା ୨୯ ତାରିଖରେ ହେବ ମାମଲାର ପୂର୍ଣାଙ୍ଗ ଶୁଣାଣୀ। ପୂର୍ବରୁ ହାଇକୋର୍ଟ ଡ୍ରାଫ୍ଟ ମେଧା ତାଲିକା ରଦ୍ଦକୁ ଚ୍ୟାଲେଞ୍ଜ କରି ଏକାଧିକ ରିଟ୍ ପିଟିସନ୍ ଦାୟର କରିଥିଲେ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ଆଶାୟୀ। ସେହିପରି ଏହି ମାମଲାକୁ ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣୀ କରିବାକୁ ସରକାର ହାଇକୋର୍ଟରେ ଅପିଲ୍ କରିଥିଲେ। ତେବେ ଆଜି ହାଇକୋର୍ଟ ଦୁଇ ପକ୍ଷଙ୍କୁ ଶୁଣିବା ପରେ ଆସନ୍ତା ୨୯ ତାରିଖରେ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣୀ କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ।