ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି

ଆସିଲା ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ପୂର୍ବରୁ ୧୩୫ଟି ଆସନରେ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଆଜି ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ତେବେ ଆଉ ୬ଟି ସିଟ୍‌ ପାଇଁ ପ୍ରାର୍ଥୀ ଘୋଷଣା ବାକି ରହିଲା। ପୁଣିଥରେ କାକଟପୁରରୁ ଲଢ଼ିବେ ତୁଷାରକାନ୍ତି ବେହେରା। ସେହିପରି ହିନ୍ଦୋଳରୁ ମହେଶ ସାହୁ, ରଘୁନାଥପାଲୀରୁ ଅର୍ଚ୍ଚନା ବେହେରା, ବାଲିକୁଦା ଏରସମାରୁ ସାରଦା ଜେନା, ବାଙ୍ଗିରିପୋଷିରୁ ରଂଜିତା ମାରାଣ୍ଡି, ବରୀରୁ ବିଶ୍ୱରଂଜନ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି। ଘୋଷଣା ହୋଇଥିବା ୬ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୫ ନୂଆ ମୁହଁ ଦେଖିବାକୁ ମିଳିଛି। ହିନ୍ଦୋଳରେ ପ୍ରଥମ ଥର ପାଇଁ ଲଢ଼ିବେ ମହେଶ ସାହୁ। ସୀମା ନାୟକଙ୍କ ଜାଗାରେ ମହେଶ ହେଲେ ନୂଆ ପ୍ରାର୍ଥୀ। ରଘୁନାଥପାଲୀରେ ନୂଆ ମୁହଁ ହେଲେ ଅର୍ଚ୍ଚନା ବେହେରା। ସୁବ୍ରତ ତରାଇଙ୍କ ଜାଗାରେ ପ୍ରାର୍ଥୀ ହେଲେ ଅର୍ଚ୍ଚନା। ସେହିପରି ବରୀରେ ସୁନନ୍ଦା ଦାସଙ୍କ ଜାଗା ନେଲେ ବିଶ୍ୱରଂଜନ ମଲ୍ଲିକ। ବାଲିକୁଦା ଏରସମାରୁ ପ୍ରଥମ ଥର ବିଜେଡିରୁ ଲଢ଼ିବେ ସାରଦା ଜେନା। ରଘୁନନ୍ଦନ ଦାସଙ୍କ ଜାଗାରେ ସାରଦା ଜେନା ପାଇଲେ ଟିକେଟ। ବାଙ୍ଗିରିପୋଷିରେ ସୁଦାମ ମାର୍‌ଣ୍ଡିଙ୍କ ସ୍ଥାନ ନେଲେ ପତ୍ନୀ ରଂଜିତା।