କଂଗ୍ରେସ ଛାଡ଼ିଲେ ପ୍ରବୋଧ ତିର୍କୀ

ଟିକେଟ କାଟିଲା କଂଗ୍ରେସ, ଦଳରୁ ଇସ୍ତଫା ଦେଲେ ପ୍ରବୋଧ ତିର୍କୀ

କଂଗ୍ରେସ ଛାଡ଼ିଲେ ପ୍ରବୋଧ ତିର୍କୀ । କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ପ୍ରବୋଧ ତିର୍କୀ । ସୁନ୍ଦରଗଡ଼ ଜିଲ୍ଲାର ତଳସରା ନିର୍ବାଚନମଣ୍ଡଳୀ ପାଇଁ ପ୍ରଥମେ ପ୍ରବୋଧଙ୍କ ନାଁ ଘୋଷଣା କରିଥିଲା କଂଗ୍ରେସ । ଏହାପରେ ପୁଣିଥରେ ଦଳ ତଲସରା ପ୍ରାର୍ଥୀ ପରିବର୍ତ୍ତନ କରିଥିଲା । ପ୍ରବୋଧଙ୍କ ଟିକେଟ କାଟି ଦେବେନ୍ଦ୍ର ଭିତରିଆଙ୍କ ନାଁ ଘୋଷଣା କରିଥିଲା ଦଳ। ଯେଉଁଥିପାଇଁ ଅପମାନ ହୋଇଥିବା ଦର୍ଶାଇ ପ୍ରବୋଧ ତିର୍କୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସୂଚନା ଅନୁସାରେ ସୁନ୍ଦରଗଡ଼ ଜିଲ୍ଲା ତଳସରା ବିଧାନସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ହକି ତାରକା ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଥିଲା । ନାଁ ଘୋଷଣା ପରେ ତଲସରାରେ ପ୍ରଚାର ମଧ୍ୟ କରିଥିଲେ ପ୍ରବୋଧ । କିନ୍ତୁ ହଠାତ୍ ଆଶ୍ଚର୍ୟ୍ୟଜନକ ଭାବେ ପ୍ରବୋଧଙ୍କ ଟିକେଟ୍‌ କାଟି ଦେଇଥିଲା କଂଗ୍ରେସ । ତାଙ୍କ ବଦଳରେ ଦଳ ଦେବେନ୍ଦ୍ର ଭିତରିଆଙ୍କୁ ଟିକେଟ୍ ଦେଇଥିଲା । କଂଗ୍ରେସ ତାଙ୍କୁ ପ୍ରାର୍ଥୀ କରି ପୁଣି ଟିକେଟ୍‌ କାଟିବା ପରେ ଅସନ୍ତୁଷ୍ଟ ଥିଲେ ପ୍ରବୋଧ । ଯାହାଫଳରେ ଗତକାଲି ସେ ଦଳରୁ ଇସ୍ତଫା ଦେଇଛନ୍ତି । ତେବେ ଆଗକୁ ସେ କେଉଁ ଦଳରେ ଯୋଗ ଦେଉଛନ୍ତି ତାହା ସେ ସ୍ପଷ୍ଟ କରିନାହାନ୍ତି ।