କଚ୍ଛରୁ ମିଳିଲା ବାସୁକି ନାଗର ଜୀବାଶ୍ମ
ଗୁଜୁରାଟର କଚ୍ଛରେ ମିଳିଛି ଏକ ବହୁ ପ୍ରାଚୀନ ଜୀବାଶ୍ମ । ଏହି ଜୀବାଶ୍ମଗୁଡ଼ିକ ‘ବାସୁକି ନାଗ’ର ବୋଲି କୁହାଯାଉଛି । ଏହା ଦୁନିଆର ସବୁଠାରୁ ବଡ଼ ସାପ ଥିଲା । ଏହି ସାପ ଆନାକୋଣ୍ଡା ଓ ଡାଇନୋସର ଯୁଗର ବିଶାଳକାଳ T Rex ଡାଇନୋସରଠାରୁ ମଧ୍ୟ ବଡ଼ । ଏହି ବାସୁକି ନାଗର ଜୀବାଶ୍ମ କଚ୍ଚର ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ମିଳିଛି । ଏହି ପ୍ରଜାତିର ସାପ ୪.୭ କୋଟି ବର୍ଷ ପୂର୍ବେ ଗୁଜରାଟରେ ରହୁଥିଲେ। ଏହି ସାପ ବିଶାଳକାୟ ଡାଇନୋସନର ଠାରୁ ମଧ୍ୟ ବଡ଼। ଗବେଷକମାନେ ଦାବି କରିଛନ୍ତି, ଏହା ବିଶ୍ୱର ସବୁଠାରୁ ବଡ଼ ସାପ ହୋଇପାରେ। ଏହାର ଲମ୍ବ ୧୧ରୁ ୧୫ ମିଟର। ବର୍ତ୍ତମାନ ବିଲୁପ୍ତ ହୋଇସାରିଥିବା ମ୍ୟାଡସୋଏଡା ସାପର ବଂଶଜ ବୋଲି କୁହାଯାଉଛି। କିନ୍ତୁ ବାସୁକି ଇଣ୍ଡିକସ୍ କେବଳ ଭାରତରେ ହିଁ ବସବାସ କରୁଥିଲେ। ଆଇଆଇଟି ରୁର୍କିର ପ୍ରଫେସର ସୁନୀଲ ବାଜପେୟୀ ଓ ପ୍ରଫେସର ଦେବଜିତ ଦତ୍ତ ବିଲୁପ୍ତ ସାପର ଜୀବାସ୍ମକୁ ଗୁଜରାଟର କଚ୍ଚରୁ ଠାବ କରିଛନ୍ତି। ୨୦୦୫ରୁ ଏହାକୁ ଠାବ କରାଯାଇଥିବା ବେଳେ ଏବେ ଏହା ବିଷୟରେ ତଥ୍ୟ ସାର୍ବଜନୀନ କରାଯାଇଛି। Scientific Reports’ on ‘Springer Natureରେ କୁହାଯାଇଛି ଯେ ଗବେଷକମାନେ ପ୍ରାୟ ୪୭ ନିୟୁତ ବର୍ଷ ପୂର୍ବେ ଗୁଜରାଟରେ ଦେଖାଯାଉଥିବା ବିଶାଳକାୟ ସାପର ଜୀବାସ୍ମ ଠାବ କରିଛନ୍ତି। କଚ୍ଚରେ ଥିବା ପାନନ୍ଦ୍ରାଓ ଲିଗ୍ନାଇଟ୍ ଖଣିରୁ ଠାବ ହୋଇଥିବା ନମୁନାକୁ ଯାଞ୍ଚ କରାଯାଇଥିଲା। ହିନ୍ଦୁ ଦେବତା ଶିବଙ୍କ ବେକରେ ସାପ ସାଧାଣତଃ ଗୁଡ଼ାଇ ହୋଇ ରହିଥାଆନ୍ତି। ତେଣୁ ଏହି ନୂତନ ପ୍ରଜାତିର ନାମ ବାସୁକି ଇଣ୍ଡିକସ୍ ରଖାଯାଇଛି। ଗବେଷକମାନେ ଭଲ ଭାବେ ସଂରକ୍ଷିତ ହୋଇ ରହିଥିବା ୨୭ଟି vertebrae ସମ୍ପର୍କରେ ବର୍ଣ୍ଣନା କରିଛନ୍ତି। vertebraeର ଦୈର୍ଘ୍ୟ ୩୭.୫ ରୁ ୬୨.୭ ମିଲିମିଟର ଓ ମୋଟେଇ ୬୨.୪ରୁ ୧୧.୪ ମିଲିମିଟର ମଧ୍ୟରେ ହେବ। ବାସୁକି ଇଣ୍ଡିକସର ଶରୀର ସିଲିଣ୍ଡର ପରି। ଏହା ଆଜି ପର୍ଯ୍ୟନ୍ତ ଦୀର୍ଘତମ ଜଣାଶୁଣା ସାପ ଟିଟାନୋବା ଠାରୁ ବି ବଡ଼। ବାସୁକି ଇଣ୍ଡିକସ ବିଶାଳକାୟ ହୋଇଥିବାରୁ ଶିକାର କଲାବେଳେ ଏହା ଆନାକୋଣ୍ଡା ପରି ଅତ୍ୟନ୍ତ ମନ୍ଥର ବେଗରେ ଆଗକୁ ବଢ଼େ। ଟିଟାନୋବା ୬୦ ନିୟୁତ ବର୍ଷ ପୂର୍ବେ କଲମ୍ବୋରେ ରହୁଥଲେ। ଏହା ଲମ୍ବ ୪୩ ଫୁଟ ଓ ଓଜନ ୧ ଟନ୍ରୁ ଅଧିକ ରହିଥିଲା। ବାସୁକି ତୁଳନାରେ ଟିଟାନୋବାର ମେରୁଦଣ୍ଡ ସାମାନ୍ୟ ବଡ଼। ଏସିଆରେ ଏଯାଏ ଠାବ ହୋଇଥିବା ସବୁଠାରୁ ବଡ଼ ସାପର ଲମ୍ବ ୧୦ ମିଟର ବା ୩୩ ଫୁଟ ରହିଥିଲା।