୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ
କଂଗ୍ରେସରୁ ୬ ବର୍ଷ ପାଇଁ ସୁର ରାଉତରାୟ ବହିଷ୍କୃତ । ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ଦେଲା ଶାସ୍ତି । ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କୃତ ହେଲେ ସୁର ରାଉତରାୟ ।

ତେବେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କଲା ଦଳ । ତେବେ ବହିଷ୍କାର ପରେ ପ୍ରତିକ୍ରିୟା ରଖିଛନ୍ତି ସୁର । କହିଲେ କିଛି ଆପତ୍ତି ନାହିଁ । ମୁଁ ମଲା ପର୍ଯ୍ୟନ୍ତ କଂଗ୍ରେସରରେ ରହିବି । ସେ ବହିଷ୍କୃତ କରନ୍ତୁ କି ନାହିଁ । ହାଇକମାଣ୍ଡଙ୍କ ପାଖରେ ଆପତ୍ତି କରିବି କିଛି ନବୁଝି କାର୍ଯ୍ୟାନୁଷ୍ଠାନ ନିଆଗଲା ।
