ବିଜେପି ଉପରେ ବର୍ଷିଲା କଂଗ୍ରେସ

‘ଭୋଟ ପାଇଁ ବିଜେପିର ମାଗଣା ବିଜୁଳି ସ୍କିମ’

ବିଜେପି ଉପରେ ବର୍ଷିଲା କଂଗ୍ରେସ । ନିର୍ବାଚନ ପାଇଁ ସଂକଳ୍ପ ପତ୍ର ଜାରି କରିଛି ବିଜେପି । ଏହି ଘୋଷଣା ପତ୍ରକୁ କଟାକ୍ଷ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ସେ କହିଛନ୍ତି, ଆମେ ଯେତେବେଳେ ପ୍ରତିଶ୍ରୁତି ଦେଉଥିଲୁ ତାହାକୁ କଟାକ୍ଷ କରାଯାଉଥିଲା, ହେଲେ ଏବେ ଭୋଟ ପାଇଁ ବିଜେପି ମାଗଣା ବିଜୁଳି ଦେବା ବିଷୟରେ କହୁଛି। ସେହିଭଳି କଂଗ୍ରେସ ନେତା ପବନ ଖେଡ଼ା ବିଜେପି ସଂକଳ୍ପ ପତ୍ରକୁ ଟାର୍ଗେଟ କରି କହିଛନ୍ତି ଯେ ଏହାପୂର୍ବରୁ କୌଣସି ସରକାରଙ୍କୁ ଗୋଲପୋଷ୍ଟ ବଦଳାଇବାର ରୋଗ ହୋଇ ନ ଥିଲା। ୨୦୧୪ରେ ଆପଣ ଯାହା କହିଥିଲେ, ୨୦୧୯ରେ ଆପଣ ତାର ହିସାବ ଦେଇନାହାନ୍ତି। ଘୋଷଣାପତ୍ରରେ ନୂଆ ସଂକଳ୍ପ ଆଣିଛନ୍ତି। ୨୦୧୯ରେ ‘ଘୋଟାଲା’ ଏବଂ ଗୋଲପୋଷ୍ଟ ଏବଂ ୨୦୨୪ରେ ୨୦୪୭ ବିଷୟରେ କହୁଛ। ସେମାନେ ଘୋଷଣାପତ୍ରରେ ୨୦୨୬ ଅଲିମ୍ପିକ୍‌ ଭାରତରେ ହେବା ନେଇ ଉଲ୍ଲେଖ କରିଛନ୍ତି। ସେ ଏତେ ଚତୁରତାର ସହ ମିଛ କୁହନ୍ତି ଯେ ଏବେ କେହି ତାଙ୍କ ଉପରେ ବିଶ୍ୱାସ କରୁନାହାନ୍ତି ବୋଲି ସେ କହିଛନ୍ତି।