ଇସ୍ତଫା ଦେଲେ ଆପ୍ ମନ୍ତ୍ରୀ ରାଜକୁମାର ଆନନ୍ଦ
କେଜ୍ରିୱାଲ ସରକାରକୁ ଝଟକା। ସରକାରରେ ମନ୍ତ୍ରୀ ଥିବା ରାଜକୁମାର ଆନନ୍ଦ ଆଜି ମନ୍ତ୍ରୀ ପଦ ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ରାଜକୁମାର ଆନନ୍ଦ କେଜ୍ରିୱାଲ ସରକାରରେ ସମାଜ କଲ୍ୟାଣ ମନ୍ତ୍ରଣାଳୟ ସମ୍ଭାଳୁଥିଲେ । ଦଳ ଛାଡିବା ପରେ ରାଜକୁମାର କହିଛନ୍ତି କି, ଆମ୍ ଆଦମୀ ପାର୍ଟି ଦଳିତ ବିଧାୟକମାନଙ୍କୁ ସମ୍ମାନ ଦେଉନାହିଁ । ଏହାସହ ଦଳିତ ନେତାମାନଙ୍କୁ ପ୍ରମୁଖ ପଦ ମିଳୁନାହିଁ । ମୁଁ ବାବା ସାହେବ ଆମ୍ବେଦକରଙ୍କ ପଥ ଅନୁସରଣ କରେ, ହେଲେ ଦଳ ଭିତରେ ରହି ଯଦି ଦଳିତମାନଙ୍କ ବିକାଶ ପାଇଁ କାମ କରିବାର ସୁଯୋଗ ପାଇଲି ନାହିଁ ତେବେ ସେ ଦଳରେ ରହି ଲାଭ କଣ ବୋଲି ରାଜକୁମାର ଆନନ୍ଦ ଗଣମାଧ୍ୟମକୁ କହିଛନ୍ତି । ସେପଟେ ଆମ୍ ଆଦମୀ ପାର୍ଟି ତରଫରୁ କୁହାଯାଇଛି କି, ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ବିଜେପି ଆମ୍ ଆଦମୀ ପାର୍ଟିକୁ ଭାଙ୍ଗିବାକୁ ଚେଷ୍ଟା କରୁଛି । ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଏପର୍ଯ୍ୟନ୍ତ କୌଣସି ପ୍ରମାଣ ଯୋଗାଡ କରିପାରି ନାହିଁ । ଏସବୁ କାର୍ଯ୍ୟକଳାପ ଦେଖିବା ପରେ ବିଜେପି ଏକ ଅପରାଧୀକ ପାର୍ଟି ବୋଲି ଆପ୍ ପକ୍ଷରୁ କୁହାଯାଇଛି ।
