ବାହାନଗା ଟ୍ରେନ ଟ୍ରାଜେଡି, ୩ଜଣଙ୍କୁ ବାନ୍ଧିଲା ସିବିଆଇ

ବହୁ ଚର୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା । ୩ ଜଣ ରେଳ କର୍ମଚାରୀଙ୍କୁ ବାନ୍ଧିଲା ସିବିଆଇ । ୨ ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ମହମ୍ମଦ ଅମିର ଖାନଙ୍କ ସମେତ ଟେକ୍ନିସିଆନ ପପୁ କୁମାରଙ୍କୁ ଗିରଫ କରିଛି ସିବିଆଇ। ସିଆରପିସି ୩୦୪ ଓ ୨୦୧ ଧାରାରେ ଏହି ୩ ଜଣଙ୍କୁ ଗିରଫ କରିଛି ସିବିଆଇ ।

ତେବେ ଜୁନ ୨ରେ ବାହାନଗାରେ ଘଟିଥିଲା ଭୟଙ୍କର ଟ୍ରେନ୍ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଦୁର୍ଘଟଣା ମାମଲାରେ ଶୁକ୍ରବାର ୩ ଜଣଙ୍କୁ ଗିରଫ କରିଛି ସିବିଆଇ। ସବୁଠୁ ବଡ କଥା ହେଲା ଗିରଫ ରେଳ କର୍ମଚାରୀ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାଁ ଓ ଟେକ୍ନିସିଆନ ପପୁ କୁମାର। ଜାଣିକି ଅପରାଧ ଘଟାଇବା ଓ ପ୍ରମାଣ ଲୁଚାଇବା ଅଭିଯୋଗରେ ଏହି ତିନି ଜଣଙ୍କୁ ଗିରଫ କରାଯାଇଛି।