ପ୍ରଧାନମନ୍ତ୍ରୀ ମୋଦୀଙ୍କର ପ୍ରଂଶସା କଲେ ରାଜ୍ ଠାକରେ

ଏନଡିଏକୁ ରାଜ୍ ଠାକରେଙ୍କ ସମର୍ଥନ

ଏନଡିଏକୁ ସମର୍ଥନ ଦେଲେ ରାଜ୍ ଠାକରେ । ପ୍ରଧାନମନ୍ତ୍ରୀ ମୋଦୀଙ୍କର କଲେ ପ୍ରଂଶସା । ମଙ୍ଗଳବାର ମହାରାଷ୍ଟ୍ର ନବ ନିର୍ମାଣ ସେନାର ମୁଖ୍ୟ ରାଜ୍ ଠାକରେ ମୁମ୍ବାଇର ଶିବାଜୀ ପାର୍କରେ ଏକ ରାଲିକୁ ସମ୍ବୋଧିତ କରିଥିଲେ । ଏହି ଅବସରରେ ସେ କହିଛନ୍ତି ଯେ, ମହାରାଷ୍ଟ୍ର ନବ ନିର୍ମାଣ ସେନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିନା କୌଣସି ସର୍ତ୍ତରେ ସମର୍ଥନ ଦେବ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ନରେନ୍ଦ୍ର ମୋଦୀ ପିଏମ୍ ହେବା ଉଚିତ୍ ବୋଲି କହିଥିଲେ । ତା ସହିତ ଧାରା ୩୭୦ ଉଚ୍ଚେଦକୁ ମଧ୍ୟ ସେ ସମର୍ଥନ କରିଥିଲେ ବୋଲି ନିଜର ସମ୍ବୋଧନରେ ଉଲ୍ଲେଖ କରିଛନ୍ତି । ରାଜ ଠାକରେ କହିଛନ୍ତି ଯେ, ବର୍ଷେରୁ ଅଧିକ ସମୟ ଧରି ମୋ ସହ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ସମ୍ପର୍କରେ ରହିଥିଲେ । ଦେବେନ୍ଦ୍ର ଫଡନାବିସ୍ ମଧ୍ୟ ତାଙ୍କ ସହ ସମ୍ପର୍କରେ ରହିଥିଲେ । ତେଣୁ ମୁଁ ଅମିତ ଶାହାଙ୍କୁ ଫୋନ୍ କରିଥିଲି, ଏବଂ ତାଙ୍କୁ ଦେଖି କରିଥିଲି । ତେବେ ସିଟ୍ ଭାଗବଣ୍ଟା ବିବାଦରେ ମୁଁ ପଡିବାକୁ ଚାହୁଁନି । ତେଣୁ କାହା ସହ ମେଣ୍ଟ କରିବିନି । ହେଲେ ମୁଁ ନରେନ୍ଦ୍ର ମୋଦୀଙ୍କୁ ବିନା ସର୍ତ୍ତରେ ସମର୍ଥନ ଦେଉଛି ।