ଦେବାଶିଷ-ଭର୍ତ୍ତୃହରି କଥା କଟାକଟି

ଅସରପା କେବେ ଠୁ ଚଢ଼େଇ ହେଲାଣି: ଭର୍ତ୍ତୃହରି ମହତାବ

ଦେବାଶିଷ-ଭର୍ତ୍ତୃହରି କଥା କଟାକଟି । ଦଳୀୟ କାର୍ଯ୍ୟକ୍ରମରେ ପରସ୍ପରକୁ କଲେ ଟାର୍ଗେଟ । ବିଜେଡି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, କଟକ ବିଜେପି ସାଂସଦ ପ୍ରାର୍ଥୀ ଭର୍ତ୍ତୃହରି ମହତାବ ମୁହାଁମୁହିଁ ହୋଇଛନ୍ତି । ଭର୍ତ୍ତୃହରିଙ୍କୁ ଟାର୍ଗେଟ୍ କରି ଦେବାଶିଷ କହିଛନ୍ତି ଯେ, ଆଗରୁ ଯିଏ ସାଂସଦ ଥିଲେ ତାଙ୍କୁ ଲୋକ ଦେଖୁନଥିଲେ। ସେ ଦଳ ଉପରେ ନାଉ ହୋଇ ନିର୍ବାଚନ ଜିତୁଥିଲେ। ଅନ୍ୟପକ୍ଷରେ ଦେବାଶିଷଙ୍କ ମନ୍ତବ୍ୟର କଡ଼ା ଜବାବ ରଖିଛନ୍ତି ଭର୍ତ୍ତୃହରି ମହତାବ। ୨୦୦୯ରେ ଦେବାଶିଷ ସାମନ୍ତରାୟ କେଉଁଠି ଥିଲେ, ସେ କାହା ଉପରେ ନାଉ ହେଉଥିଲେ ବୋଲି ପଚାରିଛନ୍ତି ଭର୍ତ୍ତୃହରି । ଏଥିସହ ଅସରପା କେବେ ଠୁ ଚଢ଼େଇ ହେଲାଣି ବୋଲି କଟାକ୍ଷ କରିଛନ୍ତି। ଦେବାଶିଷ ୨୦୦୯ ପୂର୍ବରୁ କାହା ଉପରେ ନାଉ ହେଉଥିଲେ। ଅସରପା କେବେଠୁ ଚଢ଼େଇ ହେଲାଣି, ନିର୍ବାଚନ ଲଢ଼ିବାକୁ ଆହ୍ୱାନ କରିଥିଲି। ନିର୍ବାଚନ ଲଢ଼ିବା ପାଇଁ ଆହ୍ୱାନ କରିଥିଲି, ରାଜ୍ୟସଭା ପଳେଇଲେ। ରାଜ୍ୟ ସରକାରଙ୍କୁ ବି ଟାର୍ଗେଟ କଲେ ଭର୍ତ୍ତୃହରି ମହତାବ। କହିଲେ, ରାଜ୍ୟରେ ଅପ୍ରାକୃତିକ ବ୍ୟବସ୍ଥା ଚାଲିଛି, ଯିଏ ଦେଖୁଛି ହସୁଛି।