କାହିଁକି ଆତ୍ମହତ୍ୟା କଲେ ଡିଆଇଜି

ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା

ଜଣେ ରେଞ୍ଜର ଡିଆଇଜି ନିଜ ସର୍ଭିସ ପିସ୍ତଲରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ତାମିଲନାଡୁର କୋଏମ୍ବାଟୁରରେ । ଡିଆଇଜି ବିଜୟ କୁମାର କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ସେ ଆତ୍ମହତ୍ୟା କରିଥିବା ସୂଚନା ରହିଛି । ସେ ଅନେକ ଦିନ ହେବ ଅବସାଦରେ ରହୁଥିଲେ। ରାତିରେ ତାଙ୍କୁ ନିଦ ହେଉ ନଥିଲା। ସେଥିପାଇଁ ତାଙ୍କର କାଉନସେଲିଂ କରାଯାଇଥିଲା। କିଛି ଦିନ ହେବ ତାଙ୍କ ପରିବାର ଲୋକେ ଚେନ୍ନାଇରୁ ଆସି ତାଙ୍କ ସହିତ କୋଏମ୍ବାଟୁର ସ୍ଥିତ ସରକାରୀ ବାସଭବନରେ ରହୁଥିଲେ। କିନ୍ତୁ ଆଜି ସକାଳ ପ୍ରାୟ ୬ଟା ୧୫ ମିନିଟରେ ସେ ଏକ ସର୍ଭିସ ପିସ୍ତଲରୁ ନିଜକୁ ଗୁଳି କରି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଉକ୍ତ ସର୍ଭିସ ପିସ୍ତଲଟି ତାଙ୍କର ନଥିଲା। ସେ ଏହାକୁ ତାଙ୍କ ବାସଭବନରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ପୁଲିସ କର୍ମଚାରୀଙ୍କ ଠାରୁ ମାଗି ନେଇଥିଲେ। ‍ବିଜୟ କୁମାର କାହିଁକି ଅବସାଦରେ ରହୁଥିଲେ ଓ କାହିଁକି ଆତ୍ମହତ୍ୟା ଭଳି ପଦକ୍ଷେପ ନେଲେ, ତାହା ଜଣାପଡ଼ିନି।