୫ ଲୋକସଭା ଆସନରେ ପ୍ରାର୍ଥୀ ସ୍ପଷ୍ଟ

୫ ଲୋକସଭା ଆସନରେ ଜୋରଦାର ଲଢେଇ

ରାଜ୍ୟର ୪ ଲୋକସଭା ଆସନ ପାଇଁ ପ୍ରମୁଖ ତିନି ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି । ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିବା ପରେ ୫ ଆସନରେ ସାମ୍ନାକୁ ଆସିଛି ସ୍ପଷ୍ଟ ଚିତ୍ର । ସୁନ୍ଦରଗଡ଼ରେ ବିଜେଡି ଡ. ଦିଲୀପ ତିର୍କୀଙ୍କୁ ପ୍ରାର୍ଥୀ କରିଥିବା ବେଳେ ବର୍ତ୍ତମାନର ସାଂସଦ ଜୁଏଲ ଓରାମଙ୍କୁ ବିଜେପି ପୁଣିଥରେ ପ୍ରାର୍ଥୀ କରିଛି । କଂଗ୍ରେସ ଜନାର୍ଦ୍ଦନ ଦେହୁରୀଙ୍କୁ ଲୋକସଭା ପ୍ରାର୍ଥୀ କରିଛି। କଳାହାଣ୍ଡିରୁ ବିଜେଡିର ଲମ୍ବୋଦର ନିଆଲ, ବିଜେପିର ମାଳବିକା କେଶରୀ ଦେଓ ଓ କଂଗ୍ରେସର ଦ୍ରୌପଦୀ ମାଝୀ ଲୋକସଭା ପ୍ରାର୍ଥୀ ହୋଇଛନ୍ତି । ନବରଙ୍ଗପୁରରୁ ପ୍ରଦୀପ ମାଝୀ ବିଜେଡିର ପ୍ରାର୍ଥୀ ହୋଇଥିବାବେଳେ ବିଜେପିରୁ ବଳଭଦ୍ର ମାଝୀ ଓ କଂଗ୍ରେସରୁ ଭୁଜବଳ ମାଝୀ ପ୍ରାର୍ଥୀ ହୋଇଛନ୍ତି । ସେହିପରି କନ୍ଧମାଳରୁ ବିଜେଡିର ଅଚ୍ଯୁତ ସାମନ୍ତ, ବିଜେପିର ସୁକାନ୍ତ ପାଣିଗ୍ରାହୀ ଓ କଂଗ୍ରେସର ଅମୀରଚାନ୍ଦ ନାୟକଙ୍କ ମଧ୍ଯରେ ଟକ୍କର ହେବ। କୋରାପୁଟରୁ କାଳେରାମ ମାଝିଙ୍କୁ ବିଜେପି ପ୍ରାର୍ଥୀ କରିଥିବା ବେଳେ, କୌଶଲ୍ୟା ହିକକାଙ୍କୁ ବିଜେଡି ଏବଂ ସପ୍ତଗିରି ଉଲାକାଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।