ଜାମ୍ମୁ-ଶ୍ରୀନଗରରେ ମର୍ମନ୍ତୁଦ ଦୁର୍ଘଟଣା

ଖାଇକୁ ଖସିଲା ଭ୍ୟାନ, ୧୦ ମୃତ

ଜାମ୍ମୁ-ଶ୍ରୀନଗରରେ ମର୍ମନ୍ତୁଦ ଦୁର୍ଘଟଣା। ଏକ ଟ୍ୟାକ୍ସି ଖାଇକୁ ଖସିପଡିବା ପରେ ୧୦ଯାତ୍ରୀଙ୍କ ମୃତ୍ୟୁ ଘଟିଛି। ବିଳମ୍ୱିତ ରାତିର ରାମବନର ବ୍ୟାଟେରୀ ଚାଶମା ନିକଟରେ ଏହି ଦୁର୍ଘଟଣା ଘଟିଛି।
ସୂଚନା ଅନୁସାରେ, ଟ୍ୟାକ୍ସିରେ ୧୦ଜଣ ଯାତ୍ରୀ ଥିଲେ। ବିଳମ୍ୱିତ ରାତି ପ୍ରାୟ ୧ଟା ୧୫ରେ ସେମାନେ ଶ୍ରୀନଗରରୁ ଜମ୍ମୁ ଅଭିମୁଖେ ଯାଉଥିଲେ। ଏହି ସମୟରେ ଟ୍ୟାକ୍ସିଟି ଭାରସାମ୍ୟ ହରାଇ ଖାଇକୁ ଖସି ପଡିଥିଲା। ସ୍ଥାନୀୟ ପୋଲିସ୍, ରାଜ୍ୟ ବିପର୍ୟ୍ୟୟ ମୁକାବିଲା ଫୋର୍ସ ଏବଂ ରାମବନର ସିଭିଲ୍ କୁଇକ୍ ରେସପନ୍ସ ଟିମ୍ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଉଦ୍ଧାରକାରୀ ଟିମ୍ ସମସ୍ତ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଙ୍କ ମଧ୍ୟରୁ ୨ଜଣଙ୍କର ପରିଚୟ ସ୍ପଷ୍ଟ ହୋଇଛି। ତେବେ ଦୁର୍ଘଟଣା କିପରି ଘଟିଲା ସେନେଇ ତଦନ୍ତ ଜାରି ରହିଛି।