୨୩୮ ଥର ନିର୍ବାଚନ ହାରିଲେଣି, ତଥାପି ଛାଡ଼ିନି ମୋହ

୨୩୮ ଥର ହାରିବା ପରେ ବି ପୁଣି ଲୋକସଭା ପାଇଁ ପ୍ରାର୍ଥୀ

୨୩୮ ଥର ହାରିବା ପରେ ବି ପୁଣି ଲୋକସଭା ପାଇଁ ପ୍ରାର୍ଥୀ। ବ୍ୟକ୍ତି ଜଣକ ହେଉଛନ୍ତି, କେ.ପଦ୍ମରାଜନ୍ । ଦୁଇ ଶହରୁ ଅଧିକ ଥର ବିଫଳ ହେବା ପରେ ମଧ୍ୟ ଆଗାମୀ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ପଦ୍ମରାଜନ୍ । କେ.ପଦ୍ମରାଜନଙ୍କର ଟାୟାର ମରାମତି ଦୋକାନ ରହିଛି । ସେ ନିଜ ରାଜ୍ୟ ତାମିଲନାଡୁର ମେଟ୍ଟରରୁ ୧୯୮୮ ରେ ନିର୍ବାଚନ ଲଢ଼ିବା ଆରମ୍ଭ କରିଥିଲେ । ଜଣେ ସାଧାରଣ ଲୋକ ମଧ୍ୟ ନିର୍ବାଚନରେ ଭାଗ ନେଇପାରିବେ ସେ ଏହା ପ୍ରମାଣ କରିବାକୁ ଚାହୁଁଛନ୍ତି । ସେଥିପାଇଁ ସେ ବାରମ୍ବାର ବିଫଳତା ସତ୍ତ୍ୱେ ନିର୍ବାଚନରେ ପ୍ରାର୍ଥୀ ହେଉଛନ୍ତି । ପଦ୍ମରାଜନ କହିଛନ୍ତି, ଲୋକଙ୍କର ଟାହିଟାପରା ତାଙ୍କୁ ପଥଭ୍ରଷ୍ଟ କରିପାରିନାହିଁ । ଦିନେ ନା ଦିନେ ସେ ନିର୍ବାଚନ ଜିତିବେ ଏ ବିଶ୍ୱାସ ତାଙ୍କର ରହିଛି । ସମସ୍ତ ପ୍ରାର୍ଥୀ ନିର୍ବାଚନରେ ବିଜୟ ଚାହାଁନ୍ତି, କିନ୍ତୁ ମୁଁ ନୁହେଁ ବୋଲି ପଦ୍ମରାଜନ୍ କହିଛନ୍ତି । ସେ ହାରିବାରେ ହିଁ ଖୁସି ବୋଲି ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ୧୯ ରୁ ଆରମ୍ଭ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ତାମିଲନାଡୁର ଧର୍ମପୁରୀ ଜିଲ୍ଲାରୁ ସାଂସଦ ପାଇଁ ଛିଡ଼ା ହେବେ ବୋଲି ଜଣାପଡ଼ିଛି । ସମସ୍ତ ପ୍ରାର୍ଥୀ ନିର୍ବାଚନରେ ବିଜୟ ଚାହାଁନ୍ତି, କିନ୍ତୁ ମୁଁ ନୁହେଁ ବୋଲି ପଦ୍ମରାଜନ୍ କହିଛନ୍ତି । ସେ ହାରିବାରେ ହିଁ ଖୁସି ବୋଲି ମତ ପ୍ରକାଶ କରିଛନ୍ତି । ଚଳିତ ବର୍ଷ ଏପ୍ରିଲ ୧୯ ରୁ ଆରମ୍ଭ ହେବାକୁ ଥିବା ସାଧାରଣ ନିର୍ବାଚନରେ ସେ ତାମିଲନାଡୁର ଧର୍ମପୁରୀ ଜିଲ୍ଲାରୁ ସାଂସଦ ପାଇଁ ଛିଡ଼ା ହେବେ ବୋଲି ଜଣା ପଡ଼ିଛି ।

“ନିର୍ବାଚନର ରାଜା” ଭାବରେ ପରିଚିତ ପଦ୍ମରାଜନ୍ ରାଷ୍ଟ୍ରପତି ପଦଠାରୁ ଆରମ୍ଭ କରି ତୃଣମୂଳ ସ୍ତରରେ ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୂତପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଠାରୁ ହାରିଛନ୍ତି । ଏହା ପରେ ମଧ୍ୟ ତାଙ୍କର ଖାତିର ନଥିବା ପଦ୍ମରାଜନ୍ କହିଛନ୍ତି । ବିଜୟ ମୋର ଆବଶ୍ୟକ ନାହିଁ । ପ୍ରତିପକ୍ଷରେ କିଏ ଛିଡ଼ା ହୋଇଛି, ମୁଁ ଦେଖେ ନାହିଁ । ନିର୍ବାଚନରେ ଭାଗ ନେବା ହିଁ ମୋ ପାଇଁ ସର୍ବଶ୍ରେଷ୍ଠ ଶ୍ରେୟ ବୋଲି କହିଛନ୍ତି । ତେବେ ନିର୍ବାଚନରେ ଲଢ଼ିବା ମାଗଣା ନୁହେଁ । ବର୍ତ୍ତମାନ ପର୍ଯ୍ୟନ୍ତ ସେ ନୋମିନେସନ ଫି ବାବଦରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିସାରିଲେଣି ।