ଏସ୍‌ବିଆଇକୁ ପୁଣି ଝଟକା

ଏସ୍‌ବିଆଇକୁ ପୁଣି ଡେଡ୍‌ଲାଇନ୍ ଦେଲେ ସୁପ୍ରିମକୋର୍ଟ

ଇଲେକ୍ଟୋରାଲ ବଣ୍ଡ ପ୍ରସଙ୍ଗ। ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ପୁଣି ଝଟକା। ବଣ୍ଡ ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ବ୍ୟକ୍ତିବିଶେଷ ଓ କମ୍ପାନିଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ସୁପ୍ରିମକୋର୍ଟ ଦେଇଛନ୍ତି ନିର୍ଦ୍ଦେଶ। ସିଜେଆଇ ଡି.ୱାଇ. ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ଖଣ୍ଡପୀଠର ନିର୍ଦ୍ଦେଶ। ଏହାସହ ଇଲେକ୍ଟୋରାଲ ବଣ୍ଡଗୁଡିକର ସିରିୟଲ ନମ୍ବର ବି ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଗୁରୁବାର ସନ୍ଧ୍ୟା ୫ଟା ସୁଧା ସମସ୍ତ ତଥ୍ୟ ଦେବାକୁ ଏସବିଆଇ ଅଧ୍ୟକ୍ଷଙ୍କୁ ଚରମବାଣୀ ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଇଲେକ୍ଟୋରାଲ ବଣ୍ଡ ସମ୍ପର୍କିତ କୈାଣସି ତଥ୍ୟ ଲୁଚାଯିବନାହିଁ । ସମସ୍ତ ତଥ୍ୟ ସାର୍ବଜନୀନ ହେବ ବୋଲି କୋର୍ଟ କହିଛନ୍ତି।