ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ

ଅରବିନ୍ଦ କେଜ୍ରିୱାଲଙ୍କୁ ନବମ ସମନ ପଠାଇଲା ଇଡି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପୁଣି ସମନ । ନବମ ଥର ସମନ ପଠାଇଛି ଇଡି । ମାର୍ଚ୍ଚ ୨୧ରେ ହାଜର ହେବାକୁ କୁହାଯାଇଛି । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଏହି ନୋଟିସ୍ ପଠାଯାଇଛି । ଶନିବାର ଦିଲ୍ଲୀ କୋର୍ଟ ଇଡିର ଅଭିଯୋଗ ଉପରେ କେଜ୍ରିୱାଲଙ୍କୁ ଜାମିନ ପ୍ରଦାନ କରିଥିଲେ । ପୂର୍ବରୁ ବାରମ୍ବାର ସମନ ପଠାଇଥିଲେ ବି ଇଡି ପାଖରେ ହାଜର ହୋଇନାହାନ୍ତି କେଜ୍ରିୱାଲ । ଇଡିର ନୋଟିସ୍ ବେଆଇନ୍ ବୋଲି ଆପ୍ କହିଆସିଛି । କେନ୍ଦ୍ରର ମୋଦୀ ସରକାର ହଇରାଣ କରିବାକୁ ଇଡିକୁ ହାତବାରିସି କରିଛି ବୋଲି ଆପ୍ ଅଭିଯୋଗ କରିଆସିଛି ।