ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ

ଗିରଫ ହେଲେ କେ କବିତା

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନ । ଗିରଫ ହେଲେ କେ କବିତା । ବିଆରଏସ ନେତ୍ରୀ ତଥା ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କେ କବିତାଙ୍କ ଘରେ ଉପରେ ଚଢ଼ାଉ ପରେ ଗିରଫ କରିଛି ଇଡି । ହାଇଦ୍ରାବାଦ ବାସଭବନରେ ଚଢ଼ାଉ କରଯାଇଛି । ଦିଲ୍ଲୀ ମଦ ଦୁର୍ନୀତି ମାମାଲର ଚେର ଦିଲ୍ଲୀରୁ ଯାଇ ତେଲେଙ୍ଗାନାରେ ଲମ୍ବିଛି । ଇଡି କବିତାଙ୍କୁ ସାଉଥଗ୍ରୁପ ଏକ ଅଂଶ ତଥା ଦୁର୍ନିତିରେ ସମ୍ପୃକ୍ତି ଥିବା ଦର୍ଶାଇ ପୂର୍ବରୁ ଜେରା କରିସାରିଛି । ନୂଆ ଅବକାରୀ ଦୁର୍ନୀତି ଲାଗୁ ସମୟରେ ଆପ ସରକାର ଓ ବିଆରଏସ ମଧ୍ୟରେ ୧୦୦କୋଟି ଟଙ୍କାର ଡିଲ ହୋଇଥିଲା । ଯେଉଁଥିରେ ସିଧାସଳଖ କବିତାଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ରହିଛି । ଏଥିସହ ପ୍ରମାଣ ନଷ୍ଟ କରିବା ପାଇଁ ଯେଉଁ ୧୭୦ଟି ଫୋନ ନଷ୍ଟ କରାଯାଇଛି ସେଥିରେ କବିତାଙ୍କ ୧୦ଟି ଫୋନ ରହିଛି । ମାମଲାରେ କବିତାଙ୍କୁ ପ୍ରଥମ ନୋଟିସ ୨୦୨୩ ମାର୍ଚ୍ଚ ୮ରେ ମିଳିଥିଲା ।