ସିଏଏକୁ ବିରୋଧ, ଜବାବ ରଖିଲେ ଗୃହମନ୍ତ୍ରୀ 

ପ୍ରତ୍ୟାହାର ହେବନି ସିଏଏ: ଅମିିତ ଶାହା

ଦେଶରେ ଲାଗୁ ହୋଇଛି ସିଏଏ ବା ନାଗରିକ ସଂଶୋଧନ ଆଇନ । ଏହାକୁ ବିଭିନ୍ନ ରାଜନୈତିକ ଦଳ ବିରୋଧ କରୁଛନ୍ତି । ଏପରିକି ଟିଏମସି, ଏଆଇଏଡିଏମକେ ଓ କଂଗ୍ରେସ ନିଜ ଶାସିତ ରାଜ୍ୟରେ ଆଇନ ଲାଗୁ କରିବେନି ବୋଲି କହିଛନ୍ତି । ଏହା ଦେଶବାସୀଙ୍କ ହିତରେ ନୁହେଁ ବିଜେପି ସରକାରଙ୍କ ଭୋଟବ୍ୟାଙ୍କ ରାଜନୀତିର ଆଇନ କହି ବିରୋଧୀ ବାରମ୍ବାର ଆକ୍ଷେପ କରୁଛନ୍ତି । ଏହା ଉପରେ ଏବେ ପ୍ରତିକ୍ରିୟା ରଖିଛନ୍ତି ଗୃହମନ୍ତ୍ରୀ ଅମିିତ ଶାହା । କୌଣସି ପରିସ୍ଥିତିରେ ସିଏଏ ପ୍ରତ୍ୟାହାର ହେବନି ବୋଲି ସ୍ପଷ୍ଟ କରିଛନ୍ତି ଗୃହମନ୍ତ୍ରୀ । ଶାହା କହିଛନ୍ତି ସିଏଏକୁ ନେଇ କିଛି ଦଳ ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି । ମିଥ୍ୟା ପ୍ରଚାର କରି ସାମ୍ପ୍ରଦାୟି କ ହିଂସା ସୃଷ୍ଟି କରିବାକୁ ପ୍ରୟାସ କରୁଛନ୍ତି । କିନ୍ତୁ ଏହି ଆଇନର ପ୍ରକୃତ ଉଦ୍ଦେଶ୍ୟ ଶରଣାର୍ଥୀଙ୍କୁ ନ୍ୟାୟ ଦେବ । ଏହା ଆଦୌ ମୁସଲିମ ବିରୋଧୀ ଆଇନ ନୁହେଁ । ଏଥିସହ ଶାହା କହିଛନ୍ତି ସିଏଏ ଆଣିବାକୁ ଘୋଷଣା ପତ୍ରରେ ପ୍ରତିଶ୍ରୁତି ଦେଇଥିଲେ ବିଜେପି ସରକାର । ଯାହା ଏବେ ପୂରା କରିଛି ଦଳ । ବିଜେପିର ଏଜେଣ୍ଡା ସ୍ପଷ୍ଟ । ମୋଦୀଙ୍କ ଗ୍ୟାରେଂଟି କେବଳ ପ୍ରତିଶ୍ରୁତିରେ ସୀମିତ ନୁହେଁ କାର୍ଯ୍ୟକାରୀ ମଧ୍ୟ କରାଯାଉଛି ।