ଗୋଟିଏ ଟ୍ରାକ୍ ରେ ଦୁଇ ଟ୍ରେନ୍

train front to front

ଦୁର୍ଘଟଣାରୁ ବର୍ତ୍ତିଗଲେ ଯାତ୍ରୀ

ପୁଣି ଏକ ଟ୍ରେନ୍ ଦୁର୍ଘଟଣାରୁ ବର୍ତ୍ତିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ହାଓଡ଼ାରୁ ଭୁବନେଶ୍ବର ଆସିବାବେଳେ ରାଧାମୋହନପୁର ଷ୍ଟେସନ୍‌ ପୂର୍ବରୁ ସାମ୍ନା ସାମ୍ନି ହେଲେ ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ । ଏମର୍ଜେନସି ବ୍ରେକ୍‌ ଲଗାଇ ଅଟକିଲେ ଉଭୟ ଟ୍ରେନ୍‌ । ଲୋକାଲ ଟ୍ରେନ୍‌ ପଛକୁ ଫେରିବା ପରେ ଚାଲିଲା ଜନଶତାବ୍ଦୀ ଏକ୍ସପ୍ରେସ୍‌ । ଭୟ ଓ ଆଶଙ୍କାରେ ରେଳଯାତ୍ରୀ । ଘଟଣାଟି ଅପରାହ୍ନ ୩ ଟା ୩୦ ମିନିଟରେ ଘଟିଛି । ଜନଶତାବ୍ଦୀ ଏକ୍ସପ୍ରେସ୍‌ ଓ ଖଡ଼ଗପୁର-ହାଓଡ଼ା ଲୋକାଲ ଟ୍ରେନ୍ ଗୋଟିଏ ଟ୍ରାକରେ ଆସୁଥିଲା । ତେବେ ଉଭୟ ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତି ଯାଇଛି । ଦକ୍ଷିଣ-ପୂର୍ବ ରେଳପଥ ଖଡ଼ଗପୁର ଡିଭିଜନର ରାଧାମୋହନପୁର ଷ୍ଟେସନ ନିଟରେ ଘଟିଛି ଘଟଣା । କିଛି ବାଟ ପୂର୍ବରୁ ଉଭୟ ଟ୍ରେନ୍ ଇମରଜେନ୍ସି ବ୍ରେକ୍ ଲଗାଇଥିଲେ । ପରେ ଖଡ଼ଗପୁର-ହାୱଡା ଲୋକାଲ ଟ୍ରେନ ପଛକୁ ଫେରି ରାଧାମୋହପୁର ଷ୍ଟେସନର ଅନ୍ୟ ଏକ ଟ୍ରାକରେ ରହିଥିଲା । ଏହାପରେ ଜନଶତାବ୍ଦୀ ଏକ୍ସପ୍ରେସ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ତେବେ ଏଠି ପ୍ରଶ୍ନ ଯେ କେମିତି ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ ମୁହାଁମୁହିଁ ପରିସ୍ଥିତିକୁ ଆସିଗଲେ? ବାହାନଗା ଟ୍ରେନ ଟ୍ରାଜେଡି ପରେ ବି ରେଳ ବିଭାଗ କଣ କିଛି ଶିକ୍ଷା ପାଇଲା ନାହିଁ?