ମୋକିମଙ୍କ ବିଧାୟକ ପଦ ଅସିଦ୍ଧ

କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କୁ ଝଟକା

ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଲାଗିଲା ବଡ଼ ଝଟକା । ମୋକିମଙ୍କୁ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନରେ ଅସଂପୂର୍ଣ୍ଣ ତଥ୍ୟ ଦେଇଥିବା ଦର୍ଶାଇ ହାଇକୋର୍ଟ ରାୟ ଶୁଣାଇଛନ୍ତି । ଏହା ମହମ୍ମଦ ମୋକିମଙ୍କ ପାଇଁ ଝଟକା ହୋଇଛି । ଏହି ରାୟ ପରେ କଟକ-ବାରବାଟୀ ବିଧାୟକ ପଦ ଖାଲି ପଡିଛି । ତେବେ ମୋକିମଙ୍କ ଆଗାମୀ ନିର୍ବାଚନ ଲଢିବା ନେଇ କୌଣସି ସମସ୍ୟା ନାହିଁ । କାରଣ ଏ ନେଇ ହାଇକୋର୍ଟ କିଛି କହିନାହାନ୍ତି । କଟକ-ବାରବାଟୀ ଆସନରୁ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ କହିଛନ୍ତି ଉଚ୍ଚ ନ୍ୟାୟାଳୟ । ୨୦୧୯ ମସିହାରେ ନିର୍ବାଚନକୁ ଚ୍ୟାଲେଞ୍ଜ କରି ବିଜେଡି ପ୍ରାର୍ଥୀ ଦେବାଶିଷ ସାମନ୍ତରାୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତଥ୍ୟ ପ୍ରମାଣ ଆଧାରରେ ମାମଲାର ଶୁଣାଣି କରି କୋର୍ଟ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ।