ସବୁଦିନ ଟମାଟୋ ଖାଇଲେ ମିଳିବ 5 ଫାଇଦା

ଟମାଟୋ ଦୂରକରିଦେବ ଶରୀରର ସବୁ ସମସ୍ୟା

ଟମାଟୋ, ଏହା ଏକ ଏଭଳି ପରିବା ଯାହାକୁ ଅଧିକ ମାତ୍ରାରେ ବ୍ୟବହାର କରାଯାଏ । ଏହା ଖାଦ୍ୟର ସ୍ୱାଦ ବଢ଼ାଇଥାଏ । ଏଥିରେ କ୍ୟାଲସିୟମ, ଫସଫରସ୍ ଏବଂ ଭିଟାମିନ୍-ସି ଭରପୂର ମାତ୍ରାରେ ରହିଛି । ତରକାରୀରେ ଟମାଟୋ ସ୍ୱାଦକୁ ଦ୍ୱିଗୁଣିତ କରିଦିଏ । କେହି କେହି ଟମାଟକୁ ଫେସ ପ୍ୟାକ୍ ରୂପେ ମଧ୍ୟ ବ୍ୟବହାର କରିଥାନ୍ତି । କିଛି ଲୋକେ ଟମାଟୋକୁ ସାଲାଡ ଭାବରେ ଖାଉଥିବାବେଳେ ଆଉ କିଛି ଲୋକ ଏହାକୁ ସୁପ୍ କିମ୍ବା ଚଟନି ଆକାରରେ ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଆପଣମାନେ ଜାଣଛନ୍ତି କି ଟମାଟୋକୁ ଖାଲିପେଟରେ ସେବନ କରିବା ଦ୍ୱାରା ଶରୀରରେ ଜବରଦସ୍ତ ଫାଇଦା ମିଳିଥାଏ ।

ହୃଦଘାତ ସମସ୍ୟା ଦୂର:
ଟମାଟୋରେ ଭିଟାମିନସ୍, ସୋଡିୟମ, ପୋଟାସିୟମ, କ୍ୟାଲସିୟମ, ଭିଟାମିନ-ଏ, ଭିଟାମିନ-ସି, ଭିଟାମିନ-ଇ ଆଦି ରହିଥାଏ । ଯାହା ଶରୀରକୁ ସୁସ୍ଥ ରଖିବା ସହ ହୃଦଘାତ ପରି ସମସ୍ୟାକୁ ମଧ୍ୟ ଦୂର କରିଥାଏ । ତେଣୁ ପ୍ରତ୍ୟେକ ଦିନ ଖାଲିପେଟରେ ଟମାଟୋ କିମ୍ବା ଟମାଟୋ ଜୁସ୍ ସେବନ କରିବା ଦ୍ୱାରା ଏହା ହାଇ କୋଲେଷ୍ଟ୍ରଲ ଏବଂ ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । ଫଳରେ ହୃଦଘାତ ସମସ୍ୟା ଦୂର ହୋଇଥାଏ ।

ପେଟ ଥଣ୍ଡା ରୁହେ:
କିଛି ଲୋକଙ୍କୁ ପେଟ ଗରମ କାରଣରୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଫଳରେ ଏହା ସେମାନଙ୍କ ଚର୍ମ ଏବଂ କେଶ ଉପରେ ପ୍ରଭାବ ପକାଏ । ତେଣୁ ବିଶେଷଜ୍ଞମାନଙ୍କ ମତରେ ଖାଲିପେଟରେ ସକାଳୁ ଟମାଟୋ ସେବନ କରିବା ଉଚିତ୍, ଏପରି କରିବା ଦ୍ୱାରା ପେଟ ଗରମ ସମସ୍ୟା ଦୂର ହୋଇଥାଏ ।

ଦୃଷ୍ଟିଶକ୍ତି ବଢେ:
ଯେଉଁ ବ୍ୟକ୍ତିମାନଙ୍କର ଦୃଷ୍ଟିଶକ୍ତି କମ୍ ଥାଏ ସେମାନଙ୍କ ପାଇଁ ଟମାଟୋ ସେବନ ଅନେକ ଲାଭ ଦେଇଥାଏ । କାରଣ ଏହି ପରିବାରେ ଭିଟାମିନ-ଏ ପ୍ରଚୁର ପରିମାଣରେ ରହିଥାଏ । ଫଳରେ ଏହାକୁ ପ୍ରତ୍ୟେକ ଦିନ ଖାଲି ପେଟରେ ସେବନ କଲେ ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ତ୍ୱଚାକୁ ମଧ୍ୟ କୋମଳ ଏବଂ ଚିକ୍କଣ କରିଥାଏ ।

ପେଟରେ ଥିବା ଜୀବାଣୁ ନଷ୍ଟ:
ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ମତରେ ସକାଳୁ ଖାଲିପେଟରେ ଟମାଟୋ ଖାଇବା ଦ୍ୱାରା ଏହା ଆମ ଶରୀରକୁ ଫାଇଦା ଦେଇଥାଏ । ଖାସ କରି ପେଟରେ ଥିବା ଜୀବାଣୁକୁ ଏହା ନଷ୍ଟ କରିଥାଏ । ତେବେ ସକାଳୁ ଟମାଟୋକୁ ଗୋଲମରିଚ ଗୁଣ୍ଡ ସହ ମିଶାଇ ସେବନ କରନ୍ତୁ ଫଳରେ ପେଟରେ ଥିବା ଜୀବାଣୁ ମରି ମଳ ଦ୍ୱାରା ବାହିରି ଆସିବ, ଏଥିସହିତ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିବ ।