ବାରଣାସୀରୁ ମୋଦି, ଗାନ୍ଧିନଗରରୁ ଲଢ଼ିବେ ଅମିତ ଶାହ
ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି ହେଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୯୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ୧୬ ରାଜ୍ୟ ଏବଂ ୨ କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଉତ୍ତର ପ୍ରଦେଶରୁ ସର୍ବାଧିକ ୫୧ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ଓଡ଼ିଶା ନାହିଁ। ଓଡ଼ିଶାର କୌଣସି ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କଲାନି ବିଜେପି। ରାଜସ୍ଥାନ, ଗୁଜରାଟରୁ ୧୫ଟି ଲେଖାଏଁ ପ୍ରାର୍ଥୀ, ମଧ୍ୟ ପ୍ରଦେଶରୁ ୨୪, ଉତ୍ତରପ୍ରଦେଶରୁ ୫୧, ପଶ୍ଚିମବଙ୍ଗରୁ ୨୬, କେରଳରୁ ୧୨, ତେଲେଙ୍ଗାନାରୁ ୯, ଆସାମ ଓ ଝାଡ଼ଖଣ୍ଡରୁ ୧୧, ଛତିଶଗଡ଼ ୧୧, ଦିଲ୍ଲୀ ୫, ଝାଡ଼ଖଣ୍ଡ ୨, ଉତ୍ତରାଖଣ୍ଡ ୩, ଅରୁଣାଚଳରୁ ୨ ପ୍ରାର୍ଥୀ, ଗୋଆ, ତ୍ରିପୁରା, ଆଣ୍ଡାମାନ, ଡାମନ ଡିଉରୁ ଜଣେ ଲେଖାଏଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ପ୍ରଥମ ପର୍ଯ୍ୟାୟ ତାଲିକାରେ ସ୍ଥାନ ପାଇଲେ ୫୭ ଓବିସି ପ୍ରାର୍ଥୀ। ୨୭ SC ଓ ୧୮ ST ପ୍ରାର୍ଥୀଙ୍କୁ ପ୍ରଥମ ପର୍ଯ୍ୟାୟରେ ଟିକେଟ୍ ମିଳିଛି। ବିଜେପିର ପ୍ରଥମ ପର୍ଯ୍ୟାୟ ତାଲିକାରେ ୩୪ କେନ୍ଦ୍ର ମନ୍ତ୍ରୀ ସାମିଲ ରହିଛନ୍ତି। ଲୋକସଭାର ବାଚସ୍ପତି, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଟିକେଟ୍ ଦିଆଯାଇଛି। ତାଲିକାରେ ୫୦ ବର୍ଷରୁ କମ୍ ୪୭ ଯୁବ ନେତା ଓ ୨୮ ମହିଳା ରହିଛନ୍ତି। ବାରଣାସୀରୁ ପୁଣି ଥରେ ଲଢ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ। ଲକ୍ଷ୍ନୌରୁ ରାଜନାଥ ସିଂହ ଓ ଆମେଥିରୁ ସ୍ମୃତି ଇରାନୀ ଲଢ଼ିବେ।
ଅରୁଣାଚଳ ୱେଷ୍ଟରୁ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ, ଦିବ୍ରୁଗଡ଼ରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ, ଦିଲ୍ଲୀ ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀରୁ ମନୋଜ ତିୱାରୀ, ନୂଆଦିଲ୍ଲୀରୁ ବାଂସୁରୀ ସ୍ୱରାଜ, ପୋରବନ୍ଦରରୁ ମନସୁଖ ମାଣ୍ଡଭୀୟ, ଉଦ୍ଦମପୁରରୁ ଜିତେନ୍ଦ୍ର ସିଂହ, ଜମ୍ମୁରୁ ଯୁଗଳ କିଶୋର ଶର୍ମା, ଖୁଣ୍ଟିରୁ ଅର୍ଜୁନ ମୁଣ୍ଡା, ତିରୁବନନ୍ତପୁରମରୁ ରାଜୀବ ଚନ୍ଦ୍ରଶେଖର, ଗୁନାରୁ ଜ୍ୟୋତିରାଦିତ୍ୟ ସିନ୍ଦିଆ, ବିଦିଶାରୁ ଶିବରାଜ ସିଂ ଚୌହ୍ୱାନ, ବିକାନିରରୁ ଅର୍ଜୁନରାମ ମେଘୱାଲ, ଅଲୱାରରୁ ଭୂପେନ୍ଦ୍ର ଯାଦବ
ଯୋଧପୁରରୁ ଗଜେନ୍ଦ୍ର ସିଂ ଶେଖାୱତ, କୋଟାରୁ ଓମ୍ ବିର୍ଲା, ସିକନ୍ଦରାବାଦରୁ ଜି. କୀଷନ ରେଡ୍ଡୀ, ତ୍ରିପୁରା ପଶ୍ଚିମରୁ ବିପ୍ଳବ ଦେବ, ମଥୁରାରୁ ହେମା ମାଳିନୀ, ଖେରିରୁ ଅଜୟ ମିଶ୍ରା ଟେନି, ଫତେପୁରରୁ ସାଧ୍ୱୀ ନିରଞ୍ଜନା ଜ୍ୟୋତି, ଦୁମୁରିଆଗଞ୍ଜରୁ ଜଗଦମ୍ବିକା ପାଲ୍, ଗୋରଖପୁରରୁ ରବି କିଷନ, କୁଚ୍ବେହାରରୁ ନୀଶିଥ ପ୍ରମାଣିକ, ବେଲୁରଘାଟରୁ ସୁକାନ୍ତ ମଜୁମଦାର, ହୁଗ୍ଲିରୁ ଲକେଟ ଚାଟାର୍ଜୀ ଲଢ଼ିବେ। ସୂଚନା ଅନୁସାରେ ବିଜେପି ମାର୍ଚ୍ଚ ୧୦ ତାରିଖ ପୂର୍ବରୁ ୩୦୦ ସିଟରେ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବାକୁ ଲକ୍ଷ୍ୟ ରଖିଛି।