ଆସୁଛି ବର୍ଷା, ୨୦ଜିଲ୍ଲାକୁ ସତର୍କ ସୂଚନା !

ଧୀରେଧୀରେ ରାଜ୍ୟରେ ଦେଖାଯାଉଛି ପାଣିପାଗରେ ପରିବର୍ତ୍ତନ। ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ଏବେ ତାତିରୁ ମିଳିବ ନିଠାର । ଆଜିଠୁ ରାଜ୍ୟରେ ବଢିବ ବର୍ଷା ପରିମାଣ ! ତେବେ ଗତକାଲି କିଛି ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହୋଇଥିଲା । ସେପଟେ ପାଣିପାଗ ବିଭାଗର ଆକଳନ ଅନୁଯାୟୀ ଆଜିଠୁ ବର୍ଷାର ପରିମାଣରେ ବୃଦ୍ଧି ଘଟିବ ।

ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ-ପଶ୍ଚିମ ମୋଉଉମୀ ବାୟୁ । ଫଳରେ ଦିଘାରୁ ଦକ୍ଷିଣ ପଶ୍ଚିମ ଦିଗରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଯାଏଁ ଲମ୍ବିଛି ମୌସୁମୀ ନିମ୍ନ ଚାପରେଖା । ଯାହାର ପ୍ରଭାବରେ ଆଜି ଉତ୍ତର, ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ । ଏଥିପାଇଁ ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି  । ୧୮ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ଆଗାମୀ ୨ ଦିନଯାଏଁ ମଧ୍ୟମ ଧରଣରେ ଭିଜିବ ଓଡ଼ିଶା । ମୁଖ୍ୟତଃ ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ଉତ୍ତର ଉପକୂଳ ଓ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ପାଇଁ ବିଜୁଳି ଘଡ଼ଘଡ଼ି ଜନିତ ବର୍ଷା ହେବ । କାଲିଠୁ ଅତି ପ୍ରବଳ ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କେତୋଟି ଜିଲ୍ଲା ପାଇଁ ଆଜି ହାଲୁକାରୁ ମାଧ୍ୟମ ଧରଣର ବର୍ଷା ରହିଛି । ସେପଟେ ମୌସୁମୀକୁ ଅପେକ୍ଷା କରି ରହିଥିବା ଚାଷୀ ଏ ଖବର ଶୁଣି ଟିକେ ଆଶ୍ଵସ୍ତି ଲାଭ କରିଛି। ଆଉ ନିଜ କୁଳବେଉଷଣ ଆରମ୍ଭ କରିବାକୁ ସବୁ ତୟାରି ବି କରିସାରିଲାଣି।