୨୬ରେ ଲୋକସେବା ଭବନ ଘେରିବ କଂଗ୍ରେସ
ଦୁର୍ନୀତି ବିରୋଧରେ ଗର୍ଜିବ କଂଗ୍ରେସ । ୨୬ ତାରିଖରେ ଲୋକସେବା ଭବନ ଘେରାଉ କରିବ କଂଗ୍ରେସ । ଖଣି ଦୁର୍ନୀତି, ଦରଦାମ ବୃଦ୍ଧି, ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟ ଓ ଶିକ୍ଷା, ନାରୀ ନିର୍ୟାତନା, ନିଯୁକ୍ତି ଅଭାବ ପ୍ରତିବାଦରେ କଂଗ୍ରେସ ଏହି ଘେରାଉ କରିବ। ଅଣ ଓଡ଼ିଆ ଙ୍କୁ ଆଣି ରାଜ୍ୟ ସଭା କୁ ପଠେଇଲେ। ସବୁ ବ୍ଲକରୁ ହଜାର ହଜାର କର୍ମୀ ଆସିବେ । ଏଥିରେ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । କଂଗ୍ରେସର ଏହି ଘେରାଉରେ ବହୁ ବରିଷ୍ଠ ନେତାଙ୍କ ସମେତ ପ୍ରଭାରୀ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।