ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀକୁ ମିଳିଲା ଦଳୀୟ ଚିହ୍ନ

ତୁରୀ ଚିହ୍ନରେ ନିର୍ବାଚନ ଲଢ଼ିବେ ଶରଦ ପାୱାର

ଏନସିପି ଶରଦଚନ୍ଦ୍ର ପାୱାର ଗୋଷ୍ଠୀକୁ ମିଳିଲା ଦଳୀୟ ଚିହ୍ନ । ନିର୍ବାଚନ ଆୟୋଗ ରାଷ୍ଟ୍ରବାଦୀ କଂଗ୍ରେସ ଗୋଷ୍ଠୀ ଶରତଚନ୍ଦ୍ର ପାୱାର ପାର୍ଟିକୁ ଦଳୀୟ ଚିହ୍ନ ପ୍ରଦାନ କରିଛନ୍ତି । ଶରଦ ପାୱାର ଗୋଷ୍ଠୀକୁ ତୁରୀ ଚିହ୍ନ ପ୍ରଦାନ କରାଯାଇଛି । ପାର୍ଟି ଲୋକସଭା ନିର୍ବାଚନରେ ଏହି ଚିହ୍ନ ବ୍ୟବହାର କରିବ । ଚିହ୍ନ ଜାରି ହେବା ପରେ ଶରଦ ପାୱାର ଖୁସିବ୍ୟକ୍ତ କରିଛନ୍ତି । ସେ କହିଛନ୍ତି କି, ଏହା ଆମପାଇଁ ଗର୍ବ କି, ନିର୍ବାଚନ ଆୟୋଗ ଫେବୃଆରୀ ୬ ତାରିଖରେ ଅଜିତ ପାୱାର ଗୋଷ୍ଟୀକୁ ଅସଲି ଏନସପି ବୋଲି ରାୟ ଦେଇ ଆମକୁ ଏନସିପି ଶରଦଚନ୍ଦ୍ର ପାୱାର ନାମ ଦେଇଛନ୍ତି ।