ଏଥର ଲେଖା ଛିଡେଇ ଦେବା: ପ୍ରଦୀପ ପାଣିଗ୍ରାହୀ
ଏଥର ଲେଖା ଛିଡେଇ ଦେବା ଏଭଳି କହିଛନ୍ତି ବିଜେପି ନେତା ପ୍ରଦୀପ ପାଣିଗ୍ରାହୀ । ଆଜି ସୁଯୋଗ ମିଳିଛି ସଂକଳ୍ପ ନେବା । ଅନ୍ଧ, ମୁକ ବଧିର ସରକାର, ଆଉ ନାହିଁ ଦରକାର । ଏଭଳି କହି ବିଜେଡିକୁ ସିଧା ଟାର୍ଗେଟ କରିଛନ୍ତି ପ୍ରଦୀପ । ଦୁଇମାସ କାମ କରିବା ସରକାର ପରିବର୍ତ୍ତନ କରିବା । ଏଥର ଓଡ଼ିଶାରେ ମୋଦି ସରକାର ଆଣିବା । ରାଜନାଥ ସିଂଙ୍କ ବ୍ରହ୍ମପୁର ଗସ୍ତ ପୂର୍ବରୁ ଶକ୍ତି ପ୍ରଦର୍ଶନ କରିଥିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ। ଗତକାଲି ବିଜେପିରେ ମିଶିବା ପରେ ଆଜି ଦଳ ବଳ ସହ ଆମ୍ବପୁଆ ସଭା ସ୍ଥଳକୁ ଯାଇଥିଲେ। ଆମ୍ବପୁଆ କାଳୀ ମନ୍ଦିରରୁ ଏକ ବିଶାଳ ଶୋଭାଯାତ୍ରାରେ ସେ ବାହାରିଥିଲେ। ବାଜା ବଜାଇ ବହୁ କର୍ମୀ ପ୍ରଦୀପଙ୍କ ସଭା ସ୍ଥଳକୁ ଯାଇଥିଲେ।