ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡିର ସପ୍ତମ ସମନ

କେଜ୍ରିଓ୍ୱାଲଙ୍କୁ ସପ୍ତମ ସମନ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସପ୍ତମ ସମନ ପଠାଇଛି ଇଡି । ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ ପଠାଇଛି । କିନ୍ତୁ ସେ ଥରେ ହେଲେ ବି ହାଜର ହୋଇ ନାହାନ୍ତି। ଅବକାରୀ ନୀତି ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ଅଭିଯୋଗରେ ଇଡି ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଥର ପାଇଁ ସମନ ଜାରି କରିଛି। ପୂର୍ବରୁ ୬ଟି ସମନ ପଠାଇଥିଲେ ବି ସମନକୁ ବେଆଇନ ଓ ରାଜନୈତିକ ଷଡଯନ୍ତ୍ର କହିଛନ୍ତି କେଜ୍ରିୱାଲ। ବାରମ୍ବାର ସମନ ପଠାଇବା ପରେ ବି ହାଜର ନ ହେବା ପରେ ଇଡି କୋର୍ଟର ଦ୍ୱାରସ୍ଥ ହୋଇଥିଲା। ଦିଲ୍ଲୀ ରାଉଜ ଏଭେନ୍ୟୁ କୋର୍ଟ କେଜ୍ରିଓ୍ୱାଲଙ୍କୁ ୧୭ ପେବ୍ରୁଆରୀରେ ଡକାଇଥିଲେ । କେଜ୍ରିଓ୍ୱାଲ ବ୍ୟକ୍ତିଗତ ଭାବେ ଉପସ୍ଥିତ ନରହି ଭିଡିଓ କନଫରେନ୍ସିଂ ଜରିାରେ ହାଜର ହୋଇଥିଲେ ।