ଖାଉଟିଙ୍କ ପିଛା ଛାଡୁନି ଦର ବୃଦ୍ଧି
ଗ୍ୟାସ ଦର ବୃଦ୍ଧି ଲୋକଙ୍କ ନିଦ ହଜାଇଲାଣି । ପୁଣି ବଢିଲା କମର୍ସିଆଲ ଗ୍ୟାସ ଦର । କମର୍ସିଆଲ ଗ୍ୟାସ ଦର ୭ଟଙ୍କା ବୃଦ୍ଧି ହୋଇଛି । ଦିଲ୍ଲୀରେ ୧୯କେଜି ଏଲପିଜି ସିଲିଣ୍ଡର ଦାମ୍ ୧୭୮୦ । ତେବେ ଘରୋଇ ଏଲପିଜି ଗ୍ୟାସ ଦର ଅପରିବର୍ତ୍ତିତ ରହିଛି । ଘରୋଇ ଏଲପିଜି ସିଲିଣ୍ଡର ଦିଲ୍ଲୀରେ ୧୧୦୩ ଟଙ୍କା, କୋଲକାତାରେ ୧୧୨୯, ମୁମ୍ବାଇରେ ୧୧୦୨.୫୦ ରହିଛି ଏବଂ ଚେନ୍ନାଇରେ ୧୧୧୮.୫୦ ଟଙ୍କା ରହିଛି । ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୧୭୭୩ ଟଙ୍କାରୁ ବଢି ୧୭୮୦ରେ ପହଞ୍ଚିଛି । ସେହିପରି କୋଲକାତାରେ ସିଲିଣ୍ଡର ଦାମ୍ ୧୮୮୨.୫୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧୮୭୫.୫୦ ଟଙ୍କା ଥିଲା । ମୁମ୍ବାଇରେ ୧୭୩୨ ଟଙ୍କାରେ ପହଞ୍ଚିଛି, ପୂର୍ବରୁ ୧୭୨୫ ଟଙ୍କା ଥିଲା । ଚେନ୍ନାଇରେ ୧୯୩୭ଟଙ୍କାରୁ ବୃଦ୍ଧି ପାଇ ୧୯୪୪ ଟଙ୍କା ହୋଇଛି । ଏହାପୂର୍ବରୁ ଜୁନ ମାସରେ କମର୍ସିଆଲ ଏଲପିଜି ଗ୍ୟାସ ଦରରେ ୮୩ ଟଙ୍କା ହ୍ରାସ ପାଇଥିଲା । ସେହିପରି ମେ’ରେ ଏହି ଗ୍ୟାସ୍ ଦାମ ୧୭୨ ଟଙ୍କା କମ୍ ହୋଇଥିଲା ।