ବିଜେଡିରେ ମିଶିଲେ ଅଂଶୁମାନ

କଂଗ୍ରେସ ଛାଡ଼ିବାର ଦୁଇ ଦିନ ପରେ ବିଜେଡିରେ ଅଂଶୁମାନ

ଗ୍ରେସ ଦଳ ଛାଡିବାର ମାତ୍ର ଦୁଇ ଦିନ ପରେ, ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି । ସାଂସଦ ମାନସ ମଂଗରାଜ, ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଂଶୁମାନ ବିଜେଡିରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ତାଙ୍କ ସହ ପ୍ରାୟ ହଜାରେରୁ ଅଧିକ ସମର୍ଥକ ବିଜେଡିରେ ଯୋଗ ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଅଂଶୁମାନଙ୍କ ମିଶ୍ରଣ ସମୟରେ ମଂଚ ଉପରେ ଉପସ୍ଥିତ ଥିଲେ ରାଜନଗରର ବର୍ତମାନର ବିଧାୟକ ଧ୍ରୁବ ସାହୁ । ସେହିପରି କେନ୍ଦ୍ରାପଡା ଲୋକସଭା କ୍ଷେତ୍ରର ଅନ୍ୟ ବିଧାୟକମାନେ ମିଶ୍ରଣ ପର୍ବରେ ଉପସ୍ଥିତ ରହିଥିଲେ । ଆଉ ଅଂଶୁମାନଙ୍କୁ ସ୍ୱାଗତ କରିଛନ୍ତି । ଗତ କିଛି ଦିନ ହେଲା ଅଂଶୁମାନ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା । ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ଆଉ ଦୀଘ ବର୍ଷ ଧରି ରାଜନୈତିକ ମଇଦାନରେ ପରସ୍ପରର ପ୍ରତିଦ୍ୱନ୍ଦି ସାଜିଥିବା ଧ୍ରୁବ ସାହୁ ଓ ଅଂଶୁମାନ ଗୋଟିଏ ଦଳରେ ରହିବା ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।