ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା

ଆଜିଠୁ ସିବିଏସଇ ଦଶମ ଓ ଦ୍ୱାଦଶ ପରୀକ୍ଷା । ସକାଳ ସାଢ଼େ ୧୦ଟାରୁ ପରୀକ୍ଷା ଆରମ୍ଭ । ୩୯ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଦେବେ ପରୀକ୍ଷା । ଚଳିତ ବର୍ଷ ଭାରତ ସମେତ ବିଦେଶର ୨୬ଟି ଦେଶର ୩୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ବୋର୍ଡ ପରୀକ୍ଷା ଦେବେ । ସେଥିମଧ୍ୟରୁ ଓଡ଼ିଶାରୁ ୧ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ତେଣୁ ଛାତ୍ରଛାତ୍ରୀଙ୍କୁ ୧୦ଟା ପୂର୍ବରୁ ନିଜ ନିଜର ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ପରୀକ୍ଷା ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସବୁ ପରୀକ୍ଷା କେନ୍ଦ୍ରଗୁଡ଼ିକ ସିସିଟିଭି ନଜରରେ ରହିବ । ଦଶମ ପରୀକ୍ଷା ମାର୍ଚ୍ଚ ୧୩ ତାରିଖ ଯାଏଁ ଚାଲିବାକୁ ଥିବା ବେଳେଳ ଦ୍ୱାଦଶ ପରୀକ୍ଷା ଏପ୍ରିଲ ୨ ତାରିଖ ଯାଏଁ ଚାଲିବ । ୧୫, ୧୬ ଓ ୧୭ ତାରିଖ ଆର୍ଟ, ମ୍ୟୁଜିକ ଓ ଅନ୍ୟାନ୍ୟ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଥିବା ବେଳେ ଫେବ୍ରୁଆରୀ ୧୯ରୁ ମୁଖ୍ୟ ପରୀକ୍ଷା ଆରମ୍ଭ ହେବ । ମୁଖ୍ୟ ବିଷୟ ପରୀକ୍ଷା ପାଇଁ ୩ ଘଣ୍ଟା ସମୟ ମିଳିବ । ସେପଟେ ଦିଲ୍ଲୀରେ କୃଷକ ଆନ୍ଦୋଳନ ଚାଲିଥିବାରୁ ତାକୁ ଦୃଷ୍ଟିରେ ରଖି ଯଥେଷ୍ଟ ସମୟ ପୂର୍ବରୁ ଘରୁ ବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।