ବେଲପାହାଡ଼ରୁ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା

ନରେନ୍ଦ୍ର ମୋଦି ଓବିସି ବର୍ଗର ନୁହନ୍ତି: ରାହୁଲ ଗାନ୍ଧି

ଝାରସୁଗୁଡ଼ା ବେଲପାହାଡ଼ରୁ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା । ନରେନ୍ଦ୍ର ମୋଦି ଓବିସି ବର୍ଗର ନୁହନ୍ତି, ସେ ଜେନେରାଲ କାଷ୍ଟରେ ଜନ୍ମଗ୍ରହଣ କରିଥିଲେ । ପରେ ୨୦୦୦ ମସିହାରେ ଗୁଜରାଟ ସରକାର ତାଙ୍କୁ ଓବିସି ବର୍ଗରେ ଅନ୍ତଭୁକ୍ତ କରାଇଥିଲେ ବୋଲି ଝାରସୁଗୁଡ଼ାରେ ଭାରତ ଯୋଡ଼ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧି କହିଛନ୍ତି । । ପଛୁଆବର୍ଗ ଲୋକଙ୍କୁ ଭୂଆଁ ବୁଲାଉଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ଯୁବପିଢ଼ିଙ୍କୁ ନିଯୁକ୍ତି ମିଳୁନାହିଁ । ଏବଂ ଏଠି ବିଜେପି-ବିଜେଡି ଏକ ହୋଇ ଚାଷୀଙ୍କୁ ଲୁଟୁଛନ୍ତି । ବିଜେପି-ବିଜେଡି ମଧ୍ୟରେ କେବଳ ପିଓଡିର ଫରକ ଅଛି ବୋଲି କହିଛନ୍ତି ରାହୁଲ । ସେପଟେ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରାକୁ ନେଇ ବିଜେଡି, ବିଜେପି ରଖିଛନ୍ତି ପ୍ରତିକ୍ରିୟା । ଆଦିବାସୀଙ୍କ ପାଇଁ କିଏ କାମ କରୁଛି ଓଡ଼ିଶାବାସୀ ଜାଣିଛନ୍ତି । ରାହୁଲ ହେଉଛନ୍ତି ଜାତୀୟ ନେତା । ଆସିବେ ଯିବେ । ଓଡ଼ିଶାରେ କିଛି ପ୍ରଭାବ ପଡିବ ନାହିଁ କହିଛନ୍ତି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ବିଜେପି ମଧ୍ୟ ସମାନ କଥାଦୋହରାଇ ରାହୁଲ ଗାନ୍ଧିଙ୍କୁ ସମାଲୋଚନା କରିଥିବା ବେଳେ କେନ୍ଦ୍ର ମୋ ରାଜ୍ୟରେ ଆମ ସରକାର ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଷଷ୍ଠଥର କ୍ଷମତାକୁ ଆସିବା ପାଇଁ ଅଣ୍ଟା ଭିଡିଲାଣି ବିଜେଡି । ୩ ପରେ ୧୦ରେ ଓଡ଼ିଶାକୁ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମଲ୍ଲିକାର୍ଜୁନ ଖଡଗେଙ୍କ ପରେ ଓଡ଼ିଶାରୁ ସରିଛି ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ଓଡ଼ିଶାକୁ ଦଖଲ କରିବା ପାଇଁ ୩ଦଳ କସରତ ଚାଲିଥିବା ବେଳେ ଜନତା ଜନାର୍ଦ୍ଦନ ନିଷ୍ପତ୍ତି ନେବେ ଚୌକି କାହାର ।