ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟରେ ଫାଟ
ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟର ତଳଭାଗରେ ଫାଟ । ପଦ୍ମପାଖୁଡାରେ ଏକ ବିରାଟ ଫାଟ ସୃଷ୍ଟି ହୋଇ ଏହା ଭାଙ୍ଗି ଯିବାର ସ୍ଥିତି ସୃଷ୍ଟି ହୋଇଛି । ଏପରିକି ଗୁମୁଟରେ ଯେଉଁ ଭାସ୍କର୍ୟ୍ୟ ଖୋଦିତ ହୋଇଛି ସେହି ଭାସ୍କର୍ୟ୍ୟରୁ ଫଥର ଖସି ତଳେ ପଡିଛି । ଗୁମୁଟର ପଛ ଭାଗରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଛି । ବହୁ ବର୍ଷ ହେଲା ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ୟ୍ୟ କରାଯାଉଥିଲେ ମଧ୍ୟ କିଭଳି ସ୍ଥିତିରେ ଏହି ଫାଟ ହେଲା ସେ ନେଇ ପ୍ରଶ୍ନ ଉଠିଛି ।
ଫାଟକୁ ତୁରନ୍ତ ମରାମତି ପାଇଁ ଦାବି ହୋଇଛି । ଏଏସଆଇ ପକ୍ଷରୁ ତୁରନ୍ତ ମରାମତି କରାନଗଲେ ଭୁଶୁଡ଼ି ଯିବା ସମ୍ଭାବନା ରହିଛି । ଏହି ଫାଟ ଦେଖାଯିବା ପରେ ଭକ୍ତ ଓ ସେବାୟତ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ କରିଛନ୍ତି । ଶ୍ରୀମନ୍ଦିର ଉତ୍ତରଦ୍ୱାର ସହ ଅନ୍ୟଦ୍ୱାରରେ ଭୁପୃଷ୍ଠରୁ ପଦ୍ମପାଖୁଡା ଆକୃତିର ବଡ଼ ବଡ଼ ପ୍ରସ୍ତର ସବୁ ରହିଛି । ଏହା ଉପରି ଅଂଶରେ ଅନ୍ୟାନ୍ୟ କାରକାର୍ୟ୍ୟ ମଧ୍ୟ ରହିଛି । ଏବେ ଉତରଦ୍ୱାର ଗୁମୁଟ ବାମ ପାଶ୍ୱର୍ରେ ପଦ୍ମପାଖୁଡା ସଦୃଶ ପ୍ରସ୍ତରରେ ଫାଟ ଦେଖାଦେବା ପରେ ଶ୍ରୀମନ୍ଦିର ରକ୍ଷଣାବେକ୍ଷଣକୁ ନେଇ ପ୍ରଶ୍ନ ସୃଷ୍ଟି କରିଛି ।