କେଜ୍ରିୱାଲ-ଅତିଶିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

କେଜ୍ରିୱାଲ-ଅତିଶିଙ୍କୁ କ୍ରାଇମବ୍ରାଞ୍ଚର ନୋଟିସ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆପ ମନ୍ତ୍ରୀ ଅତିଶିଙ୍କୁ ନୋଟିସ କରିଛି କ୍ରାଇମବ୍ରାଞ୍ଚ । ଆଜି ସକାଳୁ ଦିଲ୍ଲୀ ପୋଲିସର ଏକ ଟିମ ଅତିଶିଙ୍କ ବାସଭବନରେ ପହଞ୍ଚିଥିଲା। ସେ ଘରେ ନଥିବା ବେଳେ ଏକ ନୋଟିସ ଦେଇ ଆସିଛି କ୍ରାଇମବ୍ରାଞ୍ଚ। ଆପର ବିଧାୟକଙ୍କୁ ବିଜେପି ପଇସା ଦେଇ କିଣିବାକୁ ଚେଷ୍ଟା କରିଥିବା ଅଭିଯୋଗ କରିଛି ଆପ। ଏହାକୁ ଆଧାର କରି କ୍ରାଇମବ୍ରାଞ୍ଚ ନୋଟିସ କରିଛି । ନୋଟିସରେ କେତେ ପ୍ରଶ୍ନ ମଧ୍ୟ କରିଛି। 7 ବିଧାୟକଙ୍କୁ କିଏ, କେମିତି ପଇସା ଅଫର କରିଛି? 21 ବିଧାୟକଙ୍କ ସହ କିଏ ସମ୍ପର୍କ ରଖିଛି ସେ ନେଇ ମଧ୍ୟ ପ୍ରଶ୍ନ କରିଛି କ୍ରାଇମବ୍ରାଞ୍ଚ । ସେପଟେ ଗତକାଲି ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଅରବିନ୍ଦ କେଜ୍ରିୱାଲଙ୍କ ବିରୋଧରେ ଦିଲ୍ଲୀ କୋର୍ଟରେ ଅଭିଯୋଗ କରିଛି। ଏକ୍ସାଇଜ୍ ପଲିସି ସ୍କାମରେ ଜଡିତ ମନି ଲଣ୍ଡରିଂ ମାମଲାରେ ହାଜର ହୋଇନାହାଁନ୍ତି କେଜ୍ରିୱାଲ। ଏନେଇ ଅତିରିକ୍ତ ମହାନଗର ନିଗମ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରାଙ୍କ ନିକଟରେ ଅଭିଯୋଗ କରାଯାଇଛି। ତେବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ଫେବୃଆରୀରେ ହେବ। କେଜ୍ରିୱାଲଙ୍କୁ ବାରମ୍ୱାର ସମନ ଜାରି କରାଯାଉଛି। ମାତ୍ର ସେ ସବୁକୁ ଅଣଦେଖା କରି କୋର୍ଟରେ ହାଜର ହେଉନାହାନ୍ତି। ଶୁକ୍ରବାର ପଞ୍ଚମ ଥର ସମନ କରାଯାଇଥିବା ବେଳେ ସେ ଇଡିରେ ହାଜର ହୋଇନଥିଲେ। ଗତ ଚାରି ମାସ ମଧ୍ୟରେ ଚାରିଥର ଡକାଯିବା ସତ୍ତ୍ୱେ ସେ ଇଡିରେ ହାଜର ହୋଇନଥିଲେ। ଗତବର୍ଷ ନଭେମ୍ବର ୨, ଡିସେମ୍ବର ୨୧ ଏବଂ ଚଳିତ ବର୍ଷ ଜାନୁୟାରୀ ୩ ଏବଂ ଜାନୁଆରୀ ୧୮ରେ ସମନ ଜାରି ହୋଇଥିଲା।