କାଲିଠୁ ସଂସଦ ବଜେଟ ଅଧିବେଶନ

ସମସ୍ତ ଏମ୍‌ପିଙ୍କ ଉପରୁ ଉଠିବ ନିଲମ୍ବନ: ପ୍ରହ୍ଲାଦ ଯୋଶୀ

କାଲିଠୁ ଆରମ୍ଭ ହେଉଛି ସଂସଦ ବଜେଟ ଅଧିବେଶନ । ଆଜି ବସିଥିଲା ସର୍ବଦଳୀୟ ବୈଠକ । ଅଧିବେଶନ ସୁରୁଖୁରୁରେ ଚଳାଇବା ପାଇଁ ଆଲୋଚନା ହୋଇଛି । ବୈଠକ ପରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଘୋଷଣା କରିଛନ୍ତି ଯେ ସମସ୍ତ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରାଯିବ। ଯଦିଓ ବିରୋଧୀ ଏମ୍‌ପିଙ୍କ ନିଲମ୍ବନ କେବଳ ଶୀତ ଅଧିବେଶନ ପର୍ୟ୍ୟନ୍ତ ଥିଲା, ତଥାପି କିଛି ଲୋକଙ୍କ ମାମଲା ଅଧିକାର କମିଟିକୁ ଯାଇଥିଲା। ସରକାରଙ୍କ ପକ୍ଷରୁ ବାଚସ୍ପତି ଓମ ବିର୍ଲା ଏବଂ ଅଧ୍ୟକ୍ଷଙ୍କୁ ଏମ୍‌ପିଙ୍କ ନିଲମ୍ବନ ପ୍ରତ୍ୟାହାର କରିବାକୁ ଅନୁରୋଧ କରାଯାଇଥିବା କହିଛନ୍ତି ପ୍ରହ୍ଲାଦ ଯୋଶୀ । , କାରଣ ଏହା ଆମ ଅଧୀନରେ ନାହିଁ। ଉଭୟ ଏହାକୁ ଗ୍ରହଣ କରିଛନ୍ତି। ଜାନୁଆରୀ ୩୧ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ୧ରେ ଉପସ୍ଥାପନ ହେବ ବଜେଟ ।